Latest Odisha News

BREAKING NEWS

ଭୁବନେଶ୍ୱରରେ ବାର ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଭଡ଼ା ଘର ଭିତରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ବିଲ୍ଡିଂରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ । ସେ  ବାର୍‌ ଡ୍ୟାନସର୍‌ ଭାବେ କାମ କରୁଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା? ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଁଞ୍ଚି ଅଧିକ ଖୋଳତାଡ କରୁଛି ।

ସୂଚନା ଅନୁଯାୟୀ, କଟକ ରୋଡର ଏକ ବାରରେ ଡ୍ୟାନ୍ସର ଭାବେ କାମ କରୁଥିଲେ ଯୁବତୀ । ଯୁବତୀଙ୍କ ଘର ଚଣ୍ଡିଗଡ଼ର ବୋଲି ସୂଚନା ରହିଛି। ସେହି ବିଲ୍ଡିଂ ଭିତରେ ପ୍ରାୟ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି ।

ଆଜି ସକାଲେ ଯୁବତୀ ଜଣଙ୍କ କବାଟ ନ ଖୋଲିବାରୁ ଅନ୍ୟ ଯୁବତୀମାନେ ତାଙ୍କ ରୁମର କବାଟ ବାଡେଇଥିଲେ । ପରେ ବିଲ୍ଡିଂ ମ୍ୟାନେଜର ପାହାଳ ପୋଲିସଙ୍କୁ ଖବର ଦେଇଥିଲେ  । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଁଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି ।

Comments are closed.