Latest Odisha News

BREAKING NEWS

ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ। ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି ।

କିନ୍ତୁ ବଡ଼ଚଣା ବ୍ଲକର ପାରିଆ ପଂଚାୟତର ହଦସାହିରେ ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।  ୩୦ଟି ପରିବାର ଦୀର୍ଘ ୪୦ ବର୍ଷ ଧରି ସେମାନେ ଏଠି ବସବାସ କରି ଆସୁଥଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ପଟ୍ଟା ଟିଏ ମିଳି ପାରୁନାହିଁ । ତେଣୁ ପଂଚାୟତବାସୀ  ଏକତ୍ରିତ ହୋଇ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ।

ପଟ୍ଟା ନାହିଁ ତ ଭୋଟ ନାହିଁ । ପଟ୍ଟା ନ ଥିବା ହେତୁ ସେମାନେ କୌଣସି ସରକାରୀ ସୁବିଧା ପ୍ରଧାନମନ୍ତ୍ରୀ ଆବାସ , ବିଜୁ ପକ୍କାଘର ପାଇ ପାରୁନାହାନ୍ତି ।  ଏହାକୁ ବିରୋଧ କରି ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

Comments are closed, but trackbacks and pingbacks are open.