Latest Odisha News

BREAKING NEWS

ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ଘୋଷଣା କଲେ ସରକାର

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ।ଏନେଇ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ଲତା ମଙ୍ଗେଶକରଙ୍କ ଜନ୍ମ ସ୍ଥାନ ନାଁରେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ ଖୋଲାଯିବା ସହ ସଂଗ୍ରାହଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।ଏବଂ ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀରେ ରାଜ୍ୟରେ ତାଙ୍କ ନାଁରେ ନାମିତ ପୁରଷ୍କାର ପ୍ରଦାନ କରାଯିବ ।

ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି । ଲତାଙ୍କ ବିୟୋଗରେ ଶିବ ରାଜ ସିଂ ଚୌହ୍ୱାନ ତାଙ୍କ ଜନ୍ମ ସ୍ଥାନରେ ଚାରା ରୋପଣ କରିଛନ୍ତି ।ସୂଚନା ଅନୁସାରେ ଲତା ମଙ୍ଗେସକର ୧୯୨୯ ମସିହାରେ ଇନ୍ଦୋରର ଗୁରୁଦ୍ୱାରରେ ଜନ୍ମ ଗ୍ରହଣ କରିଥିଲେ ।

 

Comments are closed, but trackbacks and pingbacks are open.