Latest Odisha News

ଚନ୍ଦ୍ରଚୂଡ଼ଙ୍କୁ ମିଳିପାରେ ବଡ଼ ଦାୟିତ୍ୱ, ବାଧକ ସାଜିଛନ୍ତି ରାହୁଲ ଗାନ୍ଧି !

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଆସିଛି ବଡ଼ ଖବର। ଚର୍ଚ୍ଚା ହେଉଛି ଯେ କୁଆଡ଼େ ଚନ୍ଦ୍ରଚୂଡ଼ଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ହେଲେ ବାଧକ ସାଜିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଚନ୍ଦ୍ରଚୂଡ଼ଙ୍କୁ ଜାତୀୟ ମାନବ ଅଧିକାର ଆୟୋଗର ଆଗାମୀ ଅଧ୍ୟକ୍ଷ କରିବା ପାଇଁ ବୈଠକ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ରହିଥିଲେ। ହେଲେ ଶୁଣିବାକୁ ମିଳୁଛି ଯେ ଏହି ବୈଠକରେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ କରିବା ଉପରେ ରାଜି ହୋଇନଥିଲେ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଜୁନ ୧ ରେ ଶେଷ ହୋଇଥିଲା। ସେବେଠାରୁ ଜାତୀୟ ମାନବ ଅଧିକାରର ଜଣେ କର୍ମୀଙ୍କୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଖୁବ ଶୀଘ୍ର ବିରୋଧୀ ସଦସ୍ୟମାନେ ଚନ୍ଦ୍ରଚୂଡ଼ଙ୍କୁ ଅଧ୍ୟକ୍ଷ ନକରାଯଉ ବୋଲି ଏକ ଅସହମତି ପତ୍ର ରିଲିଜ କରିପାରନ୍ତି। ଏହାସହ ଖବଶୀଘ୍ର ଏ ସଂକ୍ରାନ୍ତରେ ଅଧିସୂଚନା ମଧ୍ୟ ଜାରି ହୋଇପାରେ। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ କାହିଁକି ଚନ୍ଦ୍ରଚୂଡ଼ଙ୍କୁ ମାନବ ଅଧିକାରର ଅଧ୍ୟକ୍ଷ କରିବାରେ ବିରୋଧୀ ରାଜି ହେଉନାହାନ୍ତି ? ଏହା ପଛରେ କ’ଣ ରହିଛି ରାଜନୈତିକ କାରଣ ? ଆସନ୍ତୁ ଜାଣିବା।

ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିବା ବେଳେ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ସେ କେତେବେଳେ ସରକାରୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି ତ ଆଉ କେତେବେଳେ ବିରୋଧୀ ପକ୍ଷଙ୍କୁ ସୁହାଇଲା ଭଳି ଶୁଣାଣି କରିଛନ୍ତି । ଏଯାଏ କଥା ଠିକ ରହିଥିଲା । ଉଭୟ ପକ୍ଷ କେତେବେଳେ ତାଙ୍କୁ ବିରୋଧ କରିଛନ୍ତି ତ ଆଉ କେତେବେଳେ ପ୍ରସଂଶା ମଧ୍ୟ କରିଛନ୍ତି। ହେଲେ ଏବେ ନିକଟରେ ଗଣେଶ ପୂଜା ସମୟରେ ମୁମ୍ୱାରେ ଚନ୍ଦ୍ରଚୂଡ଼ଙ୍କ ବସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିବା ପରେ ବିବାଦ ଦେଖାଯାଇଥିଲା। ଏହି ଘଟଣାକୁ ବିରୋଧୀ ତୀବ୍ର ସମାଲୋଚନା କରିଥିଲେ। ବିରୋଧୀଙ୍କ କହିବା କଥା କିପରି ଜଣେ ପ୍ରଧାନବିଚାରପତିଙ୍କ ବାସଭବନରେ ଏକ ଉତ୍ସବରେ ପ୍ରଧନାମନ୍ତ୍ରୀ ଯୋଗ ଦେଲେ। କୁହାଯାଉଛି ସେବେଠାରୁ ଚନ୍ଦ୍ରଚୂଡ଼ଙ୍କ ଉପରେ ଖୁବ୍ଧ ରହିଛି ବୋରଧୀ। ହୋଇପାରେ ଏହି କାରଣରୁ ଚନ୍ଦ୍ରଚୂଡ଼ଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ବିରୋଧୀ ବିରୋଧ କରୁଥାଇପାରନ୍ତି।

Comments are closed.