Latest Odisha News

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର

ରାୟଗଡା: ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର ବିଚିତ୍ରାନନ୍ଦ ନାୟକ । ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, କୌଣସି ଏକ ମାମଲା ପାଇଁ ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ରାୟଗଡା ଜିଲ୍ଲାରେ ଆୟୋଜିତ ରାଜସ୍ୱ ବିଭାଗର ବୈଠକରେ ଯୋଗଦେବା ପାଇଁ ଚନ୍ଦ୍ରପୁରୁରୁ ଆସୁଥିଲେ ତହସିଲଦାର ବିଚିତ୍ରା । ସେହି ସମୟରେ ବିଶେଷ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲା । ତେବେ କେହି ତାଙ୍କୁ ପିଛା କରୁଛି ବୋଲି ଜାଣିବାକୁ ପାଇ ଚାଲାଖିର ସହକାରେ ଡlଙ୍ଗ ସୋରଡା ଗାଁ ନିକଟରେ ସବୁ ଟଙ୍କାକୁ ଫିଙ୍ଗି ଦେଇଥିଲେ ବିଚିତ୍ରା ନନ୍ଦ । ସେ ସମସ୍ତ ଟଙ୍କାକୁ ସେହି ସ୍ଥାନରୁ ଜବତ କରିବା ସହ ଜିଲ୍ଲାପାଳଙ୍କ ବୈଠକ କକ୍ଷରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.