Latest Odisha News

BREAKING NEWS

ଚନ୍ଦ୍ରଶେଖର ହୋତା ପାଇବେ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ ହୋଇଯାଇଛି ।ଓଡ଼ିଆ ଭାଷାର ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତାଙ୍କୁ ତାଙ୍କ ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ୱେଷଣ’ ପାଇଁ ଯୁବ ପୁରସ୍କାର ପାଇବେ। ସେହିଭଳି ଜୟରାମ ଟୁଡଙ୍କୁ ସାନ୍ତାଳୀ ଭାଷାରେ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି ବୋଲି ଏକାଡେମୀର ସଭାପତି ଚନ୍ଦ୍ରଶେଖର କମ୍ବର ସୂଚନା ଦେଇଛନ୍ତି।

ବାଲ୍ ସାହିତ୍ୟ ପୁରସ୍କାର ୨୦୨୦ ପାଇଁ ବିଚାରକ ଭାବେ ବୀରେନ୍ଦ୍ର ମହାନ୍ତି , ଇତି ସାମନ୍ତ ଓ ପ୍ରୀତିଧାରା ସାମଲ ଯୋଗଦେଇଥିଲେ ।ସେହିପରି ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ବିପିନ ବିହାରୀ ନାୟକ , ପ୍ରଫେସର ରାଜକିଶୋର ମିଶ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ।

Leave A Reply

Your email address will not be published.