Latest Odisha News

BREAKING NEWS

ଶତାଦ୍ଦୀ ଏକ୍ସପ୍ରେସର କୋଚ୍‌ରେ ନିଆଁ

ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଥିବା ଜଣାପଡିବା କ୍ଷଣି ଟ୍ରେନର ଡ୍ରାଇଭର ଓ ଗାର୍ଡ ଟ୍ରେନକୁ ଜରୁରୀକାଳୀନ ବ୍ରେକ୍ ଲଗାଇ ଜଙ୍ଗଲ ମଝିରେ ଅଟକାଇ ଦେଇଥିଲେ । ତୁରନ୍ତ କାଂସରୋ ଷ୍ଟେସନକୁ ଖବର ଦିଆଯିବା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।

Leave A Reply

Your email address will not be published.