Latest Odisha News

BREAKING NEWS

ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।

ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ଓ ଦିଗଦର୍ଶକ ହୋଇ ରହିବେ ବୋଲି ଏହି ଅବସରରେ ଯୋଗ ଦେଇଥିବା ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ।

ଏହି ଅବସରରେ ସ୍ୱର୍ଗତଃ ରଥଙ୍କ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରାଯାଇଥିବା ନିର୍ବାଚିତ ଗଳ୍ପ ପୁସ୍ତକ ଏବଂ ଶଶିଭୂଷଣ ରଥଙ୍କ ଇଂରାଜୀ କବିତା ସଙ୍କଳନ ‘ଇରସ୍ ଓ ଥାନାଟସ’ ଉନ୍ମୋଚିତ ହୋଇଥିଲା ଏବଂ ଦେବେନ୍ଦ୍ର କୁମାର ଦାଶ ଏବଂ ପ୍ରକାଶ ଚନ୍ଦ୍ର ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମାଲୋଚକ ଦେବେନ୍ଦ୍ର କୁମାର ଦାଶ, ପ୍ରବୀଣା ମହାନ୍ତି, ରାଜ କିଶୋର ଦାସ, ଅସିତ ମହାନ୍ତି , ଦିଲ୍ଲୀପ ମିଶ୍ର ପ୍ରମୁଖଙ୍କ ସହ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.