Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ: ଦ୍ୱିତୀୟ ଦିନରେ ବି ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୧ ଜୋନରେ ଆଗୁଆ ରହିଛନ୍ତି ।

ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।

ଶନିବାର ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଇଥିଲା । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା ।  ୩୧୫ଟି ଜୋନରୁ ବିଜେଡି ୨୮୨ଟି ଜିଲ୍ଲା ପରିଷଦ ଜୋନ ଜିତିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ପାଇଛନ୍ତି । ଅନ୍ୟାନ୍ୟ ପାଇଛନ୍ତି ୪ଟି ଆସନ।

ଆଜି ୩୦୬ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଉଛି । ବିଜେଡି ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ଅଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୨୩୦ଟି ଜୋନର ଭୋଟ ଗଣତି କରାଯିବ ।

ରାଜ୍ୟରେ ମୋଟ୍‌ ୮୫୩ ଜିଲ୍ଲା ପରିଷଦ ଜୋନ ଥିବା ବେଳେ ୮୫୧ଟି ଜୋନ ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା । ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଜୋନରେ ପ୍ରାର୍ଥୀଙ୍କ ପରଲୋକ ଯୋଗୁ ନିର୍ବାଚନ ହୋଇନାହିଁ ।

Comments are closed, but trackbacks and pingbacks are open.