Latest Odisha News

BREAKING NEWS

ଚାନ୍ଦ୍ରାୟଣ-୨: ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀ ଏକ ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଉ କିଛି ସମୟ ପରେ ଚାନ୍ଦ୍ରାୟଣ-୨ ର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ବିରଳ ମୂହୁର୍ତ୍ତକୁ ସମସ୍ତ ଭାରତବାସୀ କାଉଣ୍ଟ ଡ଼ାଉନ୍ କରିଚାଲିଛନ୍ତି । ଏହି ଚାନ୍ଦ୍ରାୟଣ-୨ ଅଭିଯାନର ଭାରତୀୟ ଚନ୍ଦ୍ରଯାନ ଚନ୍ଦ୍ର କକ୍ଷର ଅତି ନିକଟତର ହୋଇ ଚାଲିଛି । ୭ତାରିଖ ଅର୍ଥାତ ଆଜି ରାତି ଗୋଟାଏ ୫୫ ମିନିଟରେ ଏହି ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ଚାନ୍ଦ୍ରାୟଣ-୨ ଚନ୍ଦ୍ର ଅଭିଯାନ ସଫଳ ହେବ ।

ଅରବିଟରୁ ଅଲଗା ହେବାପରେ ଲ୍ୟାଣ୍ଡର୍ ବିକ୍ରମ ଏବେ ଚନ୍ଦ୍ରପୃଷ୍ଠର ଅନେକ ନିକଟତର ହେବାରେ ଲାଗିଛି । ଭାରତୀୟ ବୈଜ୍ଞାନିକମାନେ ଏହି ଲ୍ୟାଣ୍ଡରର ଗତିପଥ ଏବଂ ବେଗ ନିୟନ୍ତ୍ରଣ କରିବା ସହିତ ପ୍ରତି ମୂହୁର୍ତ୍ତ ନଜର ରଖିଛନ୍ତି ।

ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଭାଗରୁ ଆସିଥିବା ୭୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଏକାଠି ବସି ଏହି ଐତିହାସିକ ଦୃଶ୍ୟକୁ ସିଧାପ୍ରସାରଣ ଯୋଗେ ଉପଭୋଗ କରିବେ ।

ଇସ୍ରୋର ବୈଜ୍ଞାନିକଙ୍କ ମତରେ ଲ୍ୟାଣ୍ଡିଂ କରିବାର ପୂର୍ବ ୧୫ ମିନିଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ସମସ୍ତ ସ୍ପେସ୍ ସାଇଣ୍ଟିଷ୍ଟ୍ ମାନେ ଏହାଉପରେ କଡ଼ା ନଜର ରଖିଛନ୍ତି ।

ଚାନ୍ଦ୍ରାୟଣ ୨ର ସଫଳତା ଲାଗି ସମସ୍ତ ସୋସିଆଲ ମିଡ଼ିଆରେ ଭାରତୀୟ ଉତ୍ସୁକ ନାଗରିକମାନେ ସଫଳତା କାମନା କରି ଫଟୋ ସହ ବିଭିନ୍ନ ବାର୍ତ୍ତା ଅପଲୋଡ୍ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.