Latest Odisha News

BREAKING NEWS

ପାଇକ ବିଦ୍ରୋହ ସ୍ମାରକୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସେପ୍ଟେମ୍ବର ୦୬ – ପାଇକ ବିଦ୍ରୋହର ସ୍ମାରକି ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ପରିମିତ ଜମି ପ୍ରଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଏହି ସମ୍ମତି ଫଳରେ ପାଇକ ବିଦ୍ରୋହର ସ୍ମାରକି ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଛି ଏବଂ ଏଥିପାଇଁ ଜଣେ ଓଡିଆ ଭାବରେ ସେ ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି । ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହିଁ ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶର ଯବପୀଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକି ନିର୍ମାଣର ପରିକଳ୍ପନା କରାଯାଇଛି । ଓଡିଆ ଜାତିର ବୀରତ୍ୱ ଓ ସ୍ୱାଭିମାନର ଚିହ୍ନ ରୂପରେ ଏହି ସ୍ମାରକୁ ବରୁଣେଇ ପାହାଡର ପାଦଦେଶରେ ଖୁବଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.