Latest Odisha News

BREAKING NEWS

ପୃଥିବୀ କକ୍ଷ ଛାଡି ଚନ୍ଦ୍ର ମୁହାଁ ହେଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରକକ୍ଷ ଅଭିମୁଖେ ଗସ୍ତ କରିଛି ।

ଏନେଇ ଇସ୍ରୋ ପକ୍ଷରୁ ବୁଧବାର ଦିନ ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ଅଗଷ୍ଟ ୨୦ ତାରିଖ ବେଳକୁ ଏହା ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ସହ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଜଣାପଡିଛି । ଏହା ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର ।

ଏହି ମହାକାଶ ଯାନକୁ ଚନ୍ଦ୍ରକକ୍ଷ ପଥରେ ପ୍ରବେଶ କରାଇବା ପାଇଁ ବୈଜ୍ଞାନିକମାନେ ଟ୍ରାନ୍ସ ଲୁନାର ଇଞ୍ଜେକସନ ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.