ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଯାହାର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରାୟ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଯାଜପୁର ରହିଛି ।
ମିଳିଥିବା ସୂଚନାନୁଯାୟୀ ମୁଣ୍ଡଳୀ ନିକଟରେ ଆଜି ରାତି ସୁଦ୍ଧା ପାଖାପାଖି ୧୦ ଲକ୍ଷରୁ ଉର୍ଦ୍ଧ କ୍ୟୁସେକ୍ ଜଳ ପ୍ରବାହିତ ହୋଇପାରେ ।
ଅପରପକ୍ଷରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ୧୨ ଓଡ୍ରାଫ୍ ଓ ୩ ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି ।