Latest Odisha News

BREAKING NEWS

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩; ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା  । ପାଖେଇ ପାଖେଇ ଆସୁଛି ଜହ୍ନମାମୁ ।  ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର  ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି । ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ସାଉଥ ପୋଲରେ ସପ୍ଟ ଲାଣ୍ଡିଂ କରିବାର ଆଶା ରହିଛି । ଇସ୍ରୋ ଗୁରୁବାର ଏକ ଟୁଇଟ କରି କହିଛି, ଲ୍ୟାଣ୍ଡର ମୋଡ୍ୟୁଲକୁ ପ୍ରୋପଲ୍ସନ ମଡ୍ୟୁଲରୁ ସଫଳତା ପୂର୍ବକ ଅଲଗା କରି ଦିଆଯାଇଛି ।

ପ୍ରୋପଲ୍ସନ ମୋଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡରର ଡିବ୍ୟୁଷ୍ଟ ଭାବେ ଗତି କରିବ । ଅର୍ଥାତ ଲ୍ୟାଣ୍ଡରର ଗତି ହ୍ରାସ ପାଇ ଧୀରବେଗରେ ପରିକ୍ରମା କରିବ । କାଲି ଅପରାହ୍ନ ୪ଟା ସୁଦ୍ଧା ନିମ୍ନ କକ୍ଷପଥକୁ ଯିବା ସମ୍ଭାବନା ରହିଛି । ଏହା ପରେ ଲ୍ୟାଣ୍ଡରକୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ରଖାଯିବ ଯାହା ଚନ୍ଦ୍ରଠାରୁ ନିକଟତମ ୩୦ କିମି ଏବଂ ସବୁଠାରୁ ଦୂର ୧୦୦ କିମି ମଧ୍ୟରେ ରହିବ । ନାସା ପକ୍ଷରୁ ଟୁଇଟ କରି କୁହାଯାଇଛି, ଏହି କକ୍ଷରେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ସପ୍ଟ ଲାଣ୍ଡିଂ କରିବାର ପ୍ରୟାସ କରାଯିବ । ଥରେ ଚନ୍ଦ୍ର ପୃଷ୍ଠରେ ଅବତରଣ କଲାପରେ ଲାଣ୍ଡରୂ ବିକ୍ରମ ଲାଣ୍ଡର ରୋବରର ଫଟୋ ନେବ ।

ଇତି ମଧ୍ୟରେ ରୁଷର ମୁନ ମିଶନ ଲୁନା-୨୫ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ରୁଷ ତାର ଲାଣ୍ଡରକୁ ଚନ୍ଦ୍ରର ସାଉଥ ପୋଲରେ ମଧ୍ୟ ଲାଣ୍ଡିଂ କରାଇବ । ରୋବର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ରାସାୟନିକ ପରୀକ୍ଷଣ କରିବା ସହ ପାଣିର ସନ୍ଧାନ କରିବ ।

Leave A Reply

Your email address will not be published.