Latest Odisha News

BREAKING NEWS

ସରକାରୀ କାର୍ଯ୍ୟକ୍ରମରେ ପୁଅର ଫୋଟୋ ଲଗାଇ ବିଧାୟିକା କରୁଛନ୍ତି ପ୍ରଚାର!

କେନ୍ଦ୍ରପଡା: ଦଳୀୟ କାର୍ଯ୍ୟକ୍ରମ ପାଲଟିଛି ସରକାରୀ କାର୍ଯ୍ୟକ୍ରମ! ଭତ୍ତା ଟଙ୍କା ବାଣ୍ଟିବା ଆଳରେ ବିଧାୟିକା ତାଙ୍କ ପୁଅର କରୁଛନ୍ତି ପ୍ରଚାର। ଏଥିପାଇଁ ତାଙ୍କ ସହ ପୁଅର ଫଟୋ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଲଗାଇଛନ୍ତି। ଆଜି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକରେ ୭ଟି ଗ୍ରାମପଞ୍ଚାୟତବାସୀଙ୍କୁ ଭତ୍ତା ଟଙ୍କା ବଣ୍ଟାଯାଉଥିଲା। ଏହି ସମୟରେ ସରକାରୀ ମଞ୍ଚରେ ଦୂରୁପଯୋଗ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବିଜେପି ନେତା ତେଜେଶ୍ବର ପରିଡା।

ସେ କହିଛନ୍ତି, ଭତ୍ତା ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ ନା ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ ନା ବିଜୁ ଜନତା ଦଳର କାର୍ଯ୍ୟକ୍ରମ? ଯଦି ଏହା ସରକାରୀ ଅର୍ଥରେ ହେଉଛି ଓ ସରକାରୀ ଅଧିକାରୀ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ରହୁଛନ୍ତି , ତା ହେଲେ ଏଇଟା ନିଶ୍ଚୟ ସରକାରୀ କାର୍ଯ୍ୟକ୍ରମ। ପାଟକୁରା ବିଧାୟିକା ସାବିତ୍ରୀ ଆଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କ ବିରାଟ ଫଟୋ ସରକାରୀ ବ୍ୟାନର ରେ କାହିଁକି ଲାଗିଛି ? ପ୍ରଶାସନ ଓ ସରକାର ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଙ୍କ ଫଟୋ ସରକାରୀ ବ୍ୟାନରରେ କାହିଁକି ରହିବ? ପ୍ରତିନିଧି ଭାବେ ଯଦି ବିଧାୟିକା ତାଙ୍କୁ ମନୋନୀତ କରିଛନ୍ତି, ସେ ବିଧାୟିକାଙ୍କ ଅନୁପସ୍ଥିତିରେ ସରକାରୀ ମଞ୍ଚରେ ଉପସ୍ଥିତ ରହିପାରିବେ କିନ୍ତୁ ସରକାରୀ ବ୍ୟାନରରେ ତାଙ୍କ ଫଟୋ କାହିଁକି ଲାଗିଛି ?

ଭତ୍ତା ବଣ୍ଟନ କଣ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଯେଉଁଠି ସଞ୍ଜୟ ଅଗ୍ରୱାଲ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଙ୍କ ଫଟୋ ମଞ୍ଚ ବ୍ୟାନରରେ ରହିବ?

ଉଲ୍ଲେଖଯୋଗ୍ୟ, ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ ଆଉ ପ୍ରାର୍ଥୀ ନହୋଇ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.