Latest Odisha News

ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ପରିବର୍ତ୍ତନ ଆବଶ୍ୟକ ଥିଲା, ତେଣୁ ପରିବର୍ତ୍ତନ ହେଲା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ । ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ଘର, ୟୁନିଫର୍ମ ରଙ୍ଗ ବଦଳାଉଥିଲେ । କିନ୍ତୁ ଆମ ସରକାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି । ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲା, ତେଣୁ ପରିବର୍ତ୍ତନ କରାଗଲା ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟ, ଗତକାଲି ହାଇସ୍କୁଲ ପିଲାଙ୍କ ୟୁନିଫର୍ମକୁ ବଦଳେଇଥିଲେ ରାଜ୍ୟ ସରକାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ ୟୁନିଫର୍ମର ରଙ୍ଗ ବଦଳେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଛାତ୍ରଛାତ୍ରୀମାନେ ସବୁଜ ରଙ୍ଗ ୟୁନିଫର୍ମ ପିନ୍ଧୁଥିବା ବେଳେ ଏବେ ବାଦାମୀ ରଙ୍ଗର ପୋଷାକ ପିନ୍ଧିବେ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ ନୂଆ ବାଦାମୀ ରଙ୍ଗର ୟୁନିଫର୍ମ ପରିଧାନ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ ଏହି ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ ।

Leave A Reply

Your email address will not be published.