Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ; ଏହି ଦିନ ଆସିବେ…

ଭୁବନେଶ୍ବର: ବଦଳିଲା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀ । ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବାକୁ ଥିବାବେଳେ, ଏଥିରେ ପରିବର୍ତ୍ତନ ହୋଇଛି । ଜୁଲାଇ ୧୧ ତାରିଖରେ ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ । କଂଗ୍ରେସ ପକ୍ଷରୁ ଆହୁତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ । ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ ।

ଏହାର ପ୍ରସ୍ତୁତି ପାଇଁ କଂଗ୍ରେସ ଭବନରେ ବୈଠକ ଶେଷ ହୋଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Comments are closed.