Latest Odisha News

BREAKING NEWS

ଚାଣକ୍ୟ ନୀତି: ଏହିପରି ଜାଣନ୍ତୁ ପ୍ରକୃତ ବନ୍ଧୁଙ୍କୁ…

ଭୁବନେଶ୍ୱର: ମାନବ ଜୀବନର ରହସ୍ୟ ସମାଧାନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ନୀତି ପ୍ରସ୍ତୁତ କରିଥିଲେ । ଏହି ନୀତିଗୁଡିକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ସଫଳତା ନିଶ୍ଚିତ ଅଟେ । ଧର୍ମ, ନ୍ୟାୟ, ଶାନ୍ତି, ସୁରକ୍ଷା ଏବଂ ରାଜନୀତି ସମେତ ଅନେକ ବିଷୟ ଉପରେ ନୀତି ନିର୍ଦ୍ଧାରଣ କରିଛନ୍ତି ଚାଣକ୍ୟ।

ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତି ଅନୁଯାୟୀ ପ୍ରକୃତ ବନ୍ଧୁଙ୍କୁ କିପରି ଚିହ୍ନିହେବ …

୧. ଭୁଲରେ ବି ଏଭଳି ଲୋକଙ୍କୁ ସହ ବନ୍ଧୁତା ରଖନ୍ତୁ ନାହିଁ ଯିଏ ଆପଣଙ୍କୁ ଆଗରୁ ପ୍ରଶଂସା କରନ୍ତି, ମଧୁର ଆଚରଣ କରନ୍ତି ଏବଂ ଆପଣଙ୍କ ମନକୁ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କରନ୍ତି, କିନ୍ତୁ ଆପଣଙ୍କ ପଛରେ ଆପଣଙ୍କ ବିରୋଧରେ ଗପନ୍ତି ଓ ଆପଣଙ୍କ କାମକୁ ନଷ୍ଟ କରନ୍ତି ।ଏହିପରି ବନ୍ଧୁମାନେ ଶତ୍ରୁ ଅପେକ୍ଷା ଅଧିକ ବିପଜ୍ଜନକ ଅଟନ୍ତି ।ତେଣୁ ଆପଣ ଏପରି ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ଉଚିତ୍।

୨. ନିଜର ସର୍ବୋତ୍ତମ ବନ୍ଧୁ ଭାବୁଥିବା ବ୍ୟକ୍ତିକୁ ମଧ୍ୟ ଅନ୍ଧ ଭାବରେ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ ।କାରଣ ଯଦି ତୁମେ ତୁମର ସମସ୍ତ ଗୁପ୍ତ ଜିନିଷକୁ ତୁମର ବନ୍ଧୁଙ୍କ ସାମ୍ନାରେ ପ୍ରକାଶ କରୁଥାଅ ତେବେ ଯଦି ଭବିଷ୍ୟତରେ କେବେ ସମ୍ପର୍କ ଖରାପ ହୋଇଯାଏ କିମ୍ବା ବନ୍ଧୁତା ସମାପ୍ତ ହୋଇଯାଏ ତେବେ ତୁମର ସମସ୍ତ ରହସ୍ୟକୁ ତୁମର ସେହି ବନ୍ଧୁ ଅନ୍ୟ ମାନଙ୍କ ସାମ୍ନାରେ ପ୍ରକାଶ କରିଦେବାର ସମ୍ଭାବନା ରହିଛି ।

୩. ବନ୍ଧୁତା ସର୍ବଦା ସମାନ ନିଜ ସନସ୍କନ୍ଧ ବ୍ୟକ୍ତି ସହ କରାଯିବା ଉଚିତ୍ । ଯଦି ତୁମେ ତୁମର ସନସ୍କନ୍ଧ ଲୋକଙ୍କ ସହିତ ବନ୍ଧୁତା କର ନାହିଁ ଏବଂ ତୁମର ସ୍ତର ତଳେ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କ ସହିତ ବନ୍ଧୁତା କର ନାହିଁ, ତେବେ ଏଭଳି ସମ୍ପର୍କରେ ମତଭେଦ ହେବାର ଅଧିକ ସମ୍ଭାବନା ରହିଥିବା ଚାଣକ୍ୟ କହିଛନ୍ତି ।

୪. ଜଣେ ବ୍ୟକ୍ତି ଯିଏ ଦୁଃଖ ସମୟରେ ନିଜ ସ୍ୱାର୍ଥ ନଦେଖି ଆପଣଙ୍କୁ ସହଯୋଗ କରେ ସେ ହିଁ ତୁମର ପ୍ରକୃତ ବନ୍ଧୁ ହୋଇପାରେ । ଯଦି କୌଣସି ବନ୍ଧୁ ତୁମ ସହିତ ସଙ୍କଟ, ଅସୁସ୍ଥତା, ଶତ୍ରୁ ଉପରେ ଆକ୍ରମଣ, ରାଜପ୍ରାସାଦ ଏବଂ ଶବଦାହରେ ଠିଆ ହୋଇଛନ୍ତି, ତେବେ ସେ ହିଁ ତୁମର ପ୍ରକୃତ ବନ୍ଧୁ । ଏହି ସବୁ ପରିସ୍ଥିତିରେ ତୁମେ ତୁମର ପ୍ରକୃତ ବନ୍ଧୁକୁ ଚିହ୍ନି ପାରିବ ।

Leave A Reply

Your email address will not be published.