Latest Odisha News

BREAKING NEWS

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଟ୍ରପ୍ ଲାଇପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ସୃଷ୍ଟ ହୋଇଥିବା ଟ୍ରପ୍ ଲାଇନ ଯୋଗୁଁ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସୁନ୍ଦରଗଡ, ମୟୁରଭଞ୍ଜ, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ, ସୋନପୁର, ବୈାଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଆସନ୍ତାକାଲି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷା ହୋଇପାରେ । ୧୩ ତାରିଖ ପରେ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave A Reply

Your email address will not be published.