ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଝଡ ବର୍ଷା । ଶୁକ୍ରବାର ସଂନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ଧୂଳିଝଡ଼ ଏବଂ ବର୍ଷା ଯୋଗୁଁ ଅସ୍ଥିର ହୋଇଉଠିଛି ଦିଲ୍ଲୀ । ଫଳରେ ଅନେକ ବିମାନର ଉଡ଼ାଣ ବିଳମ୍ବ ହୋଇଛି । ପାଖାପାଖି ୨୦୫ଯି ବିମାନର ଉଡାଣ ବିଳମ୍ବିତ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଅତି କମରେ ୨୦୫ଟି ବିମାନରେ ପାଖାପାଖି ଘଣ୍ଟେ ବିଳମ୍ବରେ ଉଡାଣ କରିଥିବା ବେଳେ, ୫୦ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା । ଝଡ ପବନ ଯୋଗୁଁ ୧୪ ଘଣ୍ଟା ଧରି ବିମାନ ବନ୍ଦରରେ ଅପେକ୍ଷା ପରେ ଆଜି ସକାଳେ ଯାତ୍ରୀ ପ୍ରସ୍ଥାନ ବିଳମ୍ବ ହାରାହାରି ଏକ ଘଣ୍ଟା ଡେରି ହୋଇଥିଲା । ଯେଉଁକାରଣରୁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ । ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ବିମାନ ଉଡାଣ ଭରିନଥିବା ବେଳେ ଅସନ୍ତୋଷ ଜାହିର କରିଛନ୍ତି ।
ଜାତୀୟ ରାଜଧାନୀର କିଛି ଅଂଶରେ ଗତକାଲି ଧୂଳି ଝଡ଼ ଏବଂ ମଧ୍ୟମ ବର୍ଷା ହେବା ପରେ ସନ୍ଧ୍ୟା ସମୟରେ ପ୍ରବଳ ଧୂଳି ଝଡ଼ ସହ ବର୍ଷା ହୋଇଥିଲା । ଯାହା ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳକୁ ପ୍ରଭାବିତ କରିଥିଲା । ଝଡ଼ତୋଫାନ ଏତେ ମାତ୍ରାରେ ଥିଲା ଯେ, ରାଜଧାନୀର କିଛି ଅଂଶରେ ରାସ୍ତା, କାର ଉପରେ ଗଛର ଡାଳ ପଡ଼ି ବ୍ୟାପକ କ୍ଷତି ହୋଇଛି । ପୂର୍ବଦିଲ୍ଲୀରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଥିସହିତ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ମଧ୍ୟ ବୃଦ୍ଧି ହୋଇଥିଲା ।
ବିଦ୍ୟୁତ୍ ତାର ଉପରେ ଗଛର ଡାଳ ଏବଂ ଅନ୍ୟାନ୍ୟ ବସ୍ତୁ ପଡ଼ିବା ପରେ ଦିଲ୍ଲୀ-ଏନସିଆରରେ ବିଦ୍ୟୁତ୍ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ନରେଲା, ବାୱାନା, ବାଦଲି ଏବଂ ମଙ୍ଗୋଲପୁରୀର କିଛି ଅଂଶ ଅନ୍ତର୍ଭୁକ୍ତ ରହିଥିବା ଜଣାପଡିଛି । ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ଦିନ ସାରା ଝଡ଼ ଏବଂ ବଜ୍ରପାତ ପାଇଁ ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି କରିଛି।
Comments are closed.