Latest Odisha News

BREAKING NEWS

Odisha Assembly Monsoon Session: ଚାଲିପାରୁନି ଗୃହ, ଆଜି ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଚାଲିପାରୁନି ଗୃହ । ସାର ପ୍ରସଙ୍ଗ ନେଇ ଦୁଇ ଦିନ ହେଲାଣି ଜେରଦାର ହଙ୍ଗାମା କରୁଛନ୍ତି ବିଜେଡି ସଦସ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ଦୃଶ୍ୟ ରହିଥିବା ବେଳେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ତେବେ ଗୃହ ଆରମ୍ଭରୁ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପାଇଁ ଶୋକ ପ୍ରସ୍ତାବ ଉପସ୍ଥାପନ ପରେ ବିଧାନସଭାରେ ତୀବ୍ର ବିଶୃଙ୍ଖଳା ଏବଂ ବିଭ୍ରାଟ ଦେଖାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିର୍କୀଙ୍କ ଐତିହ୍ୟକୁ ସମ୍ମାନ ଜଣାଇ ଶୋକ ପ୍ରସ୍ତାବ ଆଗତ କରିଥିଲେ, କିନ୍ତୁ ଶ୍ରଦ୍ଧାଞ୍ଜଳି ପରେ ପରେ ବିଧାନସଭା ବିଶୃଙ୍ଖଳାରେ ପରିଣତ ହୋଇଥିଲା ।

ବିଜେଡିର ସଦସ୍ୟମାନେ ସାର ପ୍ରସଙ୍ଗରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ, ବାଚସ୍ପତିଙ୍କ ପୋଡିୟମକୁ ଧସେଇ ପଶି ବାଚସ୍ପତି ସୁରମା ପାଢ଼ୀଙ୍କ ଚୌକି ତଳେ ସ୍ଲୋଗାନ ଦେଇଥିଲେ ବିଜେଡି ବିଧାୟକ। ଏହି ହଟ୍ଟଗୋଳ ଯୋଗୁଁ ବାଚସ୍ପତିଙ୍କୁ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲା ।

ଗତକାଲି ମଧ୍ୟ ଦ୍ବିତୀୟ କାର୍ଯ୍ୟଦିବସରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭର ମାତ୍ର ୪ ମିନିଟ ପରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳରେ କମ୍ପିଥିଲା ଗୃହ । ଏହା ପରେ ମାତ୍ର ୪ମିନିଟ ଗୃହ ଚାଲିବା ପରେ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ କମ୍ ସମୟର କାର୍ଯ୍ୟଦିବସ ରହିଥିଲା ।

Comments are closed.