Latest Odisha News

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥିସହ ଚରଣଜିତ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଧୂଳିସାତ୍ ହୋଇଛି ସିଦ୍ଧୁଙ୍କ ଆଶା ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଏବଂ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ତେବେ ଦଳୀୟ ନିଷ୍ପତ୍ତି ଯାହା ନିଆଯିବ ତାକୁ ଉଭୟ ଗ୍ରହଣ କରିବେ ବୋଲି ରାହୁଲ ଗାନ୍ଧୀଙ୍କୁ ଆଶ୍ବାସନା ଦେଇଥିଲେ । ଆଜି ରାହୁଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦୀ ସିଦ୍ଧୁ ଦଳୀୟ ନିଷ୍ପତ୍ତିକୁ ସ୍ବାଗତ କରିଥିବା କହିଛନ୍ତି ।

ମୋଟ ୧୧୭ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଞ୍ଜାବରେ ଫେବ୍ରୁଆରୀ ୨୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ୍ ଗଣତି ହେବ । ଏଥର ଚରଣଜିତ୍ ସିଂ ଚନ୍ନି ଦୁଇଟି ଆସନ ଭଦୌର ଏବଂ ଚମକୌର ସାହିବ ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି ।

Comments are closed, but trackbacks and pingbacks are open.