Latest Odisha News

BREAKING NEWS

ବଢ଼ିଲା ଗୋପାଳପୁର ବିଧାୟକଙ୍କ ଅଡ଼ୁଆ, ଠକେଇ ମାମଲାରେ ଦାଖଲ ହେଲା ଚାର୍ଜଫ୍ରେମ୍

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିଲା। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଆଜି ସ୍ୱତନ୍ତ୍ର କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଏବଂ ଓଡ଼ିଶା କ୍ୟାଡରର ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ (ଆଇଏଫଏସ) ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି।

ଗୋପାଳପୁର ବିଧାୟକ ଓ ସର୍ବେଶ୍ବର ଏବଂ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କୁ ମୋଟା ଅଙ୍କର ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ହୋଇଛି। ଚାକିରି ଜାଲିଆତି ମାମଲାରେ ଗୋପାଳପୁର ବିଧାୟକ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

ଏହି ମାମଲାରେ ଜାମିନ ମିଳିବାର କିଛି ସମୟ ପରେ ଗୋପାଳପୁର ବିଧାୟକ ସ୍ୱତନ୍ତ୍ର କୋର୍ଟରେ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ସ୍ୱତନ୍ତ୍ର କୋର୍ଟ ତାଙ୍କ ଡିସଚାର୍ଜ ଆବେଦନକୁ ଖାରଜ କରିବା ପରେ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସ୍ୱତନ୍ତ୍ର ଅଦାଲତ ବିଧାୟକ ପାଣିଗ୍ରାହୀ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିବା ପରେ ହାଇକୋର୍ଟ ତାଙ୍କ ଡିସଚାର୍ଜ ଆବେଦନକୁ ଖାରଜ କରିଦେଇଛନ୍ତି। ଆଜି ଚାର୍ଜଫ୍ରେମ ବେଳେ ବିଧାୟକ ହାଜର ହୋଇଥିବା ନେଇ ସୂଚନା ରହିଛି।

Leave A Reply

Your email address will not be published.