Latest Odisha News

BREAKING NEWS

ପୋଲିସକୁ ଆକ୍ରମଣ ଅଭିଯୋଗ, ମା-ଝିଅ ଗିରଫ

ସୋର: ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଜଣେ ଘୋଷିତ ଅପରାଧୀର ପରିବାର ପୁଲିସ ଟିମ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ ପୁଲିସ ଆଜି ଅଭିଯୁକ୍ତର ସ୍ତ୍ରୀ ଓ ଝିଅକୁ ଗିରଫ କରିଛି।

ଗିରଫ ଦୁଇ ଜଣ ହେଲେ ମଞ୍ଜୁଲତା ମଲ୍ଲିକ (୫୫) ଓ ତାଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ (୨୫)। ତେବେ ଏହି ଆକ୍ରମଣରେ ସାମିଲ ଥିବା ଅନ୍ୟ ତିନି ଜଣ ପୁଲିସ ଟିମ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି। ଯେଉଁମାନଙ୍କୁ ପୋଲିସ ଖୋଜିବା ଜାରି ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘୋଷିତ ଅପରାଧୀ ବଂଶୀଧର ମଲ୍ଲିକ ୨୦୦୯ ମସିହାରୁ ଫେରାର ଥିଲା। ସେ ତାଙ୍କ ଘରକୁ ଆସିଥିବା ଖବର ପାଇ ପୋଲିସ ଟିମ୍ ଚଢାଉ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ କରିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଆକ୍ରମଣ ଯୋଗୁ ବିଫଳ ହୋଇଥିଲେ।

ଏଥିରେ ପୂର୍ଣ୍ଣଚନ୍ଦ୍ର ସିଂହ ନାମକ ଜଣେ କନେଷ୍ଟବଳ ଗୁରୁତର ଆହତ ହେବା ସହ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଏପରିକି ପରିବାର ଲୋକେ ଅନନ୍ତପୁର ଫାଣ୍ଡି ଇନଚାର୍ଜଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେବା ସହ ପୁଲିସକୁ ଚକମା ଦେଇଥିଲେ। ତେଣୁ ଫେରାର ଅଭିଯୁକ୍ତ ବଂଶୀଧରକୁ ଗିରଫ ହେବା ସମ୍ଭବ ହୋଇପାରିନି। ଗିରଫ ପରେ ପୁଲିସ ଏକ ମାମଲା (ନଂ-୫୦୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ମଞ୍ଜୁଲତା ଓ ତାଙ୍କ ଝିଅଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.