Latest Odisha News

BREAKING NEWS

ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ତାଲିକାରେ ସାମିଲ ହେଲା ‘ଚାରିଧାମ’

ଭୁବନେଶ୍ବର: ଫିଲ୍ମ ହଲରେ ଧମାଲ କରୁଛି ଓଡ଼ିଆ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ‘ଚାରିଧାମ’ ଫିଲ୍ମ । ରିଲିଜ ହେବାର ଦୁଇ ସପ୍ତାହ ମଧ୍ୟରେ ୧୦ କୋଟି ପାଖାପାଖି ଇନକମ କରିସାରିଛି ଫିଲ୍ମଟି । ଯାହା ସର୍ବାଧିକ ଇନକମ କରିଥିବା ଫିଲ୍ମ ଭିତରେ ସ୍ଥାନ ପାଇଛି ଚାରିଧାମ ।

ଫିଲ୍ମକୁ ନେଇ ଲୋକଙ୍କ କ୍ରେଜ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାର କଲେକ୍ସନ ମଧ୍ୟ ବୃଦ୍ଧି ପାଉଛି । ନିର୍ମାତା ଫିଲ୍ମର କଲେକ୍ସନ ନେଇ ଅପଡେଟ୍ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟ ଅନୁଯାୟୀ, ଦୁଇ ସପ୍ତାହରେ ୯.୫୯ କୋଟିରୁ ଅଧିକ ଇନକମ କରିଛି ଫିଲ୍ମଟି । ଏହା ସହ ସେ ଲେଖିଛନ୍ତି ଯେ, ଯେତେବେଳେ ଭାବନା ଭକ୍ତି ସହ ମିଶିଯାଏ ସେତେବେଳେ ରେକର୍ଡ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ ।

ତେବେ ପ୍ରଥମ ଦିନରେ ଏହି ଫିଲ୍ମ ଟି ୮୧.୨୧ ଲକ୍ଷ ଇନକମ କରିଥିବାବେଳେ, ଦ୍ୱିତୀୟ ଦିନରେ ୭୬.୩୯ ଲକ୍ଷ ଓ ତୃତୀୟ ଦିନରେ ୮୯.୫୬ ଲକ୍ଷ ଆୟ କରିଥିଲା ।

ତେବେ ଚାରିଧାମ’ ଫିଲ୍ମକୁ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଥିବାବେଳେ, ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ହିମାଦ୍ରି ତନୟା ଦାସ । ଏଥିରେ ମୁଖ୍ୟ ଭୂମିକାରେ ଅନୁଭବ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅନୁରାଧା ପାଣିଗ୍ରାହୀ ଅଭିନୟ କରିଛନ୍ତି ।

Comments are closed.