Latest Odisha News

BREAKING NEWS

କମେଡିଆନ ଚାର୍ଲି ଚାପଲିନଙ୍କ ଝିଅଙ୍କ ପରଲୋକ

ନୂଆଦିଲ୍ଲୀ:ବିଶ୍ୱବିଖ୍ୟାତ କମେଡିଆନ ଚାର୍ଲି ଚାପଲିନଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫିନ ଚାପଲିନଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ୟାରିସରେ ରହୁଥିବା ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜୋସେଫିନଙ୍କର ମୃତ୍ୟୁ ଜୁଲାଇ ୧୩ ତାରିଖରୁ ହେଲାଣି । ଜୋସେଫିନ ଚାର୍ଲି ଚାପଲିନଙ୍କ ତୃତୀୟ କନ୍ୟା ।

ଚାର୍ଲି ଚାପଲିନ ଏବଂ ଓ ନୀଲଙ୍କର ୮ ସନ୍ତାନ ମଧ୍ୟରୁ ଜୋସେଫିନ ତିନି ନମ୍ବର ଥିଲେ । ସେ ମଧ୍ୟ ବାପାଙ୍କ ପରି ଅଭିନୟକୁ ନିଜର କ୍ୟାରିଅର ଭାବେ ଗ୍ରହଣ କରିଥିଲେ । ୧୯୫୨ରେ ‘ଲାଇମଲାଇଟ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳକୁ ତାଙ୍କର ବୟସ ମାତ୍ର ୩ ବର୍ଷ ହୋଇଥିଲା । ୧୯୭୨ରେ ସେ ଆୱାର୍ଡ ୱିନିଂ ଫିଲ୍ମ ‘ ଦ କ୍ୟାଣ୍ଟରବରୀ ଟେଲ୍‌ସ’ରେ ଅଭିନୟ କରିଥିଲ । ଏଥିସହିତ ‘L’odeur des fauves.’ ରେ ମଧ୍ୟ ସେ ନଜର ଆସିଥିଲେ । ଏହାବ୍ୟତୀତ ସେ ଅନେକ ନାଟକ ଏବଂ ଟେଲି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ଜୋସେଫିନଙ୍କ ପରେ ତାଙ୍କ ପରିବାରରେ ତାଙ୍କର ତିନି ପୁଅ ଅଛନ୍ତି । ଚାର୍ଲି, ଆର୍ଥର ଏବଂ ଜଲିୟନ ରୋନେଟ।

Comments are closed.