Latest Odisha News

BREAKING NEWS

କାମ କରୁନି ଚାଟ୍ ଜିପିଟି: ଅଡ଼ୁଆରେ ୟୁଜର

ନୂଆଦିଲ୍ଲୀ: କାମ କରୁନି ଚାଟ୍ ଜିପିଟି । ବିଶ୍ବବ୍ୟାପୀ ଚାଟ୍ ଜିପିଟିର ସର୍ଭର ଡାଉନ୍। କଣ କରିବେ କଣ ନକରିବେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ୟୁଜର।

ଚାଟ୍ ଜିପିଟି, ଲୋକପ୍ରିୟ ଓପନଏଆଇ କମ୍ପାନୀଦ୍ୱାରା ବିକଶିତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଟ୍ ବଟ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଫ୍ ଲାଇନ ହୋଇଯାଇଛି। ଯେଉଁ କାରଣରୁ ଏହା ଉପରେ ନିର୍ଭରଶୀଳ ପାଖାପାଖି ମିଲିୟନ ବ୍ୟବହାର କରି ଏବେ ଏହାର ସେବାରୁ ବଞ୍ଚିତ ରହିଛନ୍ତି । ତେବେ ଗତକାଲି ସନ୍ଧ୍ୟା ପରଠାରୁ ବ୍ୟବହାରକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହା ଯେ କେବଳ ଚାଟଜିପିଟିକୁ ପ୍ରଭାବିତ କରିଛି ତାହା ନୁହେଁ ବରଂ ଓପନ ଏଆଇ ଦ୍ବାରା ପରିଚାଳିତ ଏପିଆଇ ଏବଂ ସୋରା ଦେବାକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଅତ୍ୟାଧୁନିକ ଟେକନୋଲୋଜିର ସ୍ପର୍ଶ ପାଇଥିବା ଏଆଇ ଏବେ ଘରେ ଘରେ ବିଭିନ୍ନ କମ୍ପାନୀ ଏବଂ ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଆଦୃତ ଥିବା ବେଳେ ଏହାର ସର୍ଭର ଡାଉନ ଏବେ ବିଭିନ୍ନ କ୍ଷେତ୍ରରେ ସେବାରେ ବାଧା ସୃଷ୍ଟି କରିଛି ।

ଏହାକୁ ନେଇ ଚାଟ୍ ଜିପିଟି କମ୍ପାନୀ ଓପନ୍ ଏଆଇ ଏନେଇ ସୋସିଆଲ ମିଡିଆ ଏକ୍ସରେ ଚାଟ୍ ଜିପିଟିରେ କିଛି ସମସ୍ୟା ରହିଥିବା କହିଛି । ସେମାନେ ସମସ୍ୟାକୁ ଚିହ୍ନଟ କରିଛନ୍ତି ଏବଂ ଏହାର ସମାଧାନ ପାଇଁ କାମ କରୁଛନ୍ତି।

Comments are closed.