Latest Odisha News

BREAKING NEWS

ଡବଲ ମର୍ଡର କେସ୍ : ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି

ରାୟପୁର : ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବଡ଼ ଆଶ୍ୱସ୍ତି । ତଳକୋର୍ଟର ସମସ୍ତ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେ ଛତିଶଗଡ଼ ହାଇକୋର୍ଟ । ହାଇକୋର୍ଟରେ  କ୍ରିମିନାଲ ଅପିଲ ମାମଲା ଶେଷ ଯାଏ ଲାଗିଲା ରୋକ୍  ।  ଅନୁପ ସାଏଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ  ରାୟଗଡ ଜିଲ୍ଲା ଦୌରାଜଜ୍ ।

ପୂର୍ବରୁ ତାଙ୍କୁ ଏହି ମାମଲାରେ ଜାମିନ ମଞ୍ଜୁର କରିଥିଲେ ଛତିଶଗଡ ହାଇକୋର୍ଟ । ୨୦୧୬ ମସିହାରେ କଳ୍ପନା ଦାସ ନାମ୍ନୀ ମହିଳା ଓ ତାଙ୍କ ଝିଅ ପ୍ରଭାତୀ ଦାସ ଓରଫ୍ ବବଲିଙ୍କ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ । ୨୦୨୦ ଫେବ୍ରୁଆରି ୧୩ତାରିଖରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ୨ ଅପ୍ରେଲ ୨୦୨୨ରେ ରାୟଗଡ଼ ଦୌରା ଜଜ୍ ଏହି ମାମଲାରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଥିଲେ ସୁଦ୍ଧା କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି ।

Leave A Reply

Your email address will not be published.