Latest Odisha News

BREAKING NEWS

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: ‘ଆଶା ଥିଲା ବିଜେପି ଜିତିବ’ । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ ଦେଇ ବିଶ୍ୱାସ ଜିତିବାରେ ବିଫଳ ହୋଇଛନ୍ତି । ହାରିବା ପରେ ଏତେ ମିଛ ଜଣେ ମୁଖ୍ୟମନ୍ତ୍ରୀ କୁହନ୍ତୁ ନାହିଁ । ବିଜେପି ନିଜ ଦମରେ ଧାମନଗର ଉପନର୍ବାଚନରେ ବିଜୟୀ ହୋଇଥିବା କହିଛନ୍ତି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ପରାଜୟ ପରେ ବିଜେଡି କହିଛି, ଧାମନଗରରୁ ବିଜେପି ଜିତିଥିଲା । ବିଷ୍ଣୁ ସେଠୀ ଜିତିଥିଲେ, ବିଜେପି ଆସନ ବଜାୟ ରଖିଲା । ଦଳକୁ ଅନୁକମ୍ପାମୂଳକ ଭୋଟ୍ ମିଳିଲା । ତେବେ ବିଜେଡି କାହିଁକି ହାରିଲା ? ସେନେଇ ଦଳରେ ଆଭ୍ୟନ୍ତରୀଣ ସମୀକ୍ଷା ହେବ ବୋଲି କହିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର ।

ଧାମନଗର ବିଜୟ ପରେ ବିଜେପିର ମନୋବଳ ଏବେ ଦୃଢ଼ ରହିଛି । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ତେବେ ପଦ୍ମପୁରରେ ବିଜେଡି ଗଡ଼ ରକ୍ଷା କରିବ ନା ବିଜେପି ପୁଣି ଥରେ ଫେରିବ । ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି ।

Leave A Reply

Your email address will not be published.