Latest Odisha News

BREAKING NEWS

ସମିତି ସଭ୍ୟଙ୍କୁ ଅଟକ ରଖିବା ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ

ଖଲ୍ଲିକୋଟ : ହୋଟେଲରେ ସମିତି ସଭ୍ୟଙ୍କୁ ଅଟକ ରଖିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖି ଅଭିଯୋଗକୁ ଖଣ୍ଡନ କଲେ ଛତ୍ରପୁର ଏସଡିପିଓ । କହିଲେ ସମିତି ସଭ୍ୟଙ୍କ ସୁରକ୍ଷା ପାଇଁ ପୋଲିସ ସଜାଗ ଥିଲେ । ସେମାନଙ୍କୁ ଅଟକ ରଖାଯାଇନି । ମାତ୍ର ଏପଟେ ସମିତି ସଭ୍ୟ ମାନେ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଗଣମାଧ୍ୟମରେ ବାଜିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା । ।

ହାଇଡ୍ରାମା ସରିବା ପରେ ବାହାରିଥିଲେ ୧୨ ସମିତି ସଭ୍ୟ । ଅଟକ ଥିବା ସମସ୍ତ ୧୨ ସମିତି ସଭ୍ୟ ମୁକ୍ତ ହୋଇଥିଲେ । ଗତ ରାତିରୁ ଚିଲିକା ହେରିଟେଜ୍ ରିସୋର୍ଟରେ ଅଟକ ରଖିଥିଲା ପୋଲିସ । ଉଦ୍ଧାର ପାଇଁ ବାଲକୋନିରୁ ଛିଡା ହୋଇ କରୁଥିଲେ ନିବେଦନ ସଭ୍ୟମାନେ ।

ଛତ୍ରପୁରରେ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଏକ ହୋଟେଲ ଭିତରେ ଏହି ସମିତି ସଭ୍ୟମାନଙ୍କୁ ବନ୍ଦି କରି ରଖାଯାଇଥିବା ଅଭିଯୋଗ ହୋଇଥିଲା । ନିଜେ ଭିଡିଓ କରି ଏମାନେ ଅଭିଯୋଗ କରିଥିଲେ । ହାରିଯିବା ଭୟରେ ପୋଲିସ ପ୍ରଶାସନକୁ ଲଗାଇ ଏମାନଙ୍କୁ କଏଦ କରି ରଖାଯାଇଥିବା ଅଭିଯୋଗ ହୋଇଥିଲା ।

ଆଜି ଦିନ ୧୨ଟାରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବାକୁ ଥିବାବେଳେ ଛତ୍ରପୁର ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ଦିଆଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.