Latest Odisha News

ରାଜ୍ୟରେ ୯ଟି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ସାରା ଓଡିଶା । ୩ ତାରିଖରୁ ରାଜ୍ୟରେ ତାପମାତ୍ରା କମିବ ଓ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୩ ତାରିଖରେ ବାଲେଶ୍ୱର ଭଦ୍ରକ , ଯାଜପୁର, କେନ୍ଦ୍ରାପଡା,ରାୟଗଡା,ଗଜପତି ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଆଜି ଟିଟାଲାଗଡରେ ତାପମାତ୍ରା ୪୩.୪ , ବଲାଙ୍ଗୀରରେ ୪୨.୪, ବୌଦ୍ଧରେ ୪୧.୦ , ଝାରସୁଗୁଡାରେ ୪୦.୫, ଭବାନୀପାଟଣାରେ ୪୦.୫, ସୋନପୁରେର ୪୦.୪ ତାଳଚେରରେ ୪୦.୨ ଓ ସୁନ୍ଦରଗଡେର ୪୦ ଡିଗ୍ରୀ ତାପମାତ୍ରା ରହିଛି ।

Leave A Reply

Your email address will not be published.