Latest Odisha News

BREAKING NEWS

ଛତ୍ରପୁରରେ ଖୁବ୍ ଶୀଘ୍ର ତିଆରି ହେବ ସିନ୍ଥେଟିକ୍ ଟର୍ଫ ହକି ତାଲିମ କେନ୍ଦ୍ର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉନ୍ନତି ତଥା ଖେଳାଳିଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ତିନିଟି ବଡ ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ହିଂଜିଳିକାଟୁର ଇନଡୋର ଷ୍ଟାଡିୟମ, ଛତ୍ରପୁରର ମଲଟି ପରପୋଜ୍ ଇନଡୋର ହଲକୁ ଉଦଘାଟନ କରିଛନ୍ତି । ଏଥି ସହ କଳିଙ୍ଗ ଷ୍ଟାଡିଯମରେ ଏକ ୧୦ମିଟର ଓ ୫୦ ମିଟରର ସୁଟିଂ ରେଂଜକୁ ମଧ୍ୟ ଉଦଘାଟନ କରିଛନ୍ତି ।

ଦକ୍ଷିଣ ଓଡିଶାରେ ହକିର ପ୍ରଚାର ପ୍ରସାର ପାଇଁ ଖୁବ୍ ଶୀଘ୍ର ଛତ୍ରପୁରଠାରେ ସିନ୍ଥେଟିକ୍ ଟର୍ଫ ହକି ତାଲିମ କେନ୍ଦ୍ର ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ।

ହିଞ୍ଜିଳିରେ ଆଜି ଉଦଘାଟିତ ହୋଇଥିବା ଇନଡୋର ଷ୍ଟାଡିୟମ କ୍ରୀଡାବିତଙ୍କୁ କ୍ରୀଡାଭ୍ୟାସ କରିବା ଦିଗରେ ସାହାୟ କରିବ ବୋଲି ଆଶା ରହିଛି । ଏଥିରେ ଚାରିଟି ବ୍ୟାଡମିଣ୍ଟନ୍ କୋଟ୍, ଟେବୁଲ୍ ଟେନିସ୍, ଯୋଗ, ଜିମ୍, ଫିଜିଓଥେରାପି ଆଦିର ସୁବିଧା ରହିଛି । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି |

Leave A Reply

Your email address will not be published.