Latest Odisha News

BREAKING NEWS

ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ

ଅବୁଧାବି: ପ୍ଲେ-ଅଫ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ୧୫୩ ରନ୍‌ର ଟାର୍ଗେଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଦେବଦତ୍ତ ପାଡିକ୍କଲଙ୍କ ୫୦ ଓ ଏବି ଡିଭିଲିୟର୍ସଙ୍କ ୩୪ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୫୨ ରନ୍‌ କରିଛି । ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।

୧୧୨ ରନ୍‌ ୪ ୱିକେଟ ହରାଇ ବାଙ୍ଗାଲୋର ସଙ୍କଟରେ ପଡ଼ିଥିଲା । ହେଲେ ଡିଭିଲିୟର୍ସ ଓ ଶିବମ ଦୁବେ କିଛି ସମୟ ପାଇଁ ଲଢ଼େଇ କରି ଦଳୀୟ ସ୍କୋରକୁ ୧୪୫ରେ ପହଞ୍ଚାଇଥିଲେ । କିନ୍ତୁ ୧୭ ରନ୍‌ କରିଥିବା ଦୁବେଙ୍କୁ ରାବଡା ଆଉଟ କରି ଆରସିବିକୁ ୫ମ ଝଟକା ଦେଇଥିଲେ। ଡିଭଲିୟର୍ସ ବଡ଼ ଶଟ ଖେଳି ୨୧ ବଲ୍‌ରେ ୩୫ କରିଥିବା ବେଳେ ରନ ଆଉଟ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇସ୍ରୁ ଉଦାନା ୪ ଓ ଶାହବାଜ ଅହମ୍ମଦ ୧ ରନ୍‌ କରିବାରୁ ଆରସିବି ୧୫୦ ରନ୍‌ ପାରିଥିଲା । ଦିଲ୍ଲୀ ପକ୍ଷରୁ ନୋର୍ଜେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରାବଡା ୨ ଓ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.