Latest Odisha News

BREAKING NEWS

ଆଜି ଛତିଶା ନିଯୋଗ ବୈଠକ, ଉଠିପାରେ ପୋଷାକ ପ୍ରସଙ୍ଗ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଅପରାହ୍ଣରେ ନୀଳାଦ୍ରି ଭକ୍ତ ନିବାସଠାରେ ଏହି ବୈଠକ ବସିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି ।

ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତ୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିବ । ବାଳ ଭୋଗ ନୀତିକାନ୍ତି ଉପରେ ଆଲୋଚନା ହେବା ସହ ଏହାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ହବିଷିଆଳିଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି ଏବଂ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ସେପଟେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସଂକ୍ରାନ୍ତରେ ନିଷ୍ପତି ନିଆଯିବ ।

ତେବେ ବୈଠକର ମୁଖ୍ୟ ପ୍ରସଙ୍ଗ ପୋଷାକ ପ୍ରସଙ୍ଗ ରହିପାରେ ବୋଲି ଆଲୋଚନା କରାଯାଉଛି । ଆସନ୍ତା ନୂଆବର୍ଷ ପହିଲାରୁ ଶ୍ରଦ୍ଧାଳୁମାନେ କିଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଆସିବେ । ତାହା ଉପରେ ମଧ୍ୟ ସମସ୍ତ ନିଯୋଗର ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରାଯିବ ।  ସେବାୟତ ମାନେ କିଭଳି ଭକ୍ତମାନଙ୍କୁ ଏଦିଗରେ ସଚେତନ କରାଇବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ଅନ୍ୟପଟେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ।

Leave A Reply

Your email address will not be published.