Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ ଦୁନିଆର ସବୁଠୁ ଦାମୀ ନେଲପଲିସର ନାମ ହେଉଛି ଆଜାଚର । ଏହାକୁ ଲସ୍ ଆଞ୍ଜେଲ୍ସର ଡିଜାଇନର୍ ଆଜାଚର୍ ପୋଗୋସିଆନ୍ ପ୍ରସ୍ତୁତ କରିଥିଲେ ।

ଏହି କଳା ରଙ୍ଗର ନେଲପଲିସ୍ ସମଗ୍ର ବିଶ୍ୱରେ ସବୁଠାରୁ ମହଙ୍ଗା ନେଲପଲିସ୍ । ଏହି ନେଲପଲିସ କିଣିବା ପୂର୍ବରୁ ଯେକେହି ହଜାରେ ଥର ଚିନ୍ତା କରିବେ । ଏହାର ମୂଲ୍ୟ ଏତେ ଅଧିକ ଯେ ଆପଣ ଏଥିରେ ୪ଟି ମର୍ସିଡିଜ ଗାଡି ମଧ୍ୟ କିଣିପାରିବେ । କଳା ରଙ୍ଗର ନେଲପଲିସର ମୂଲ୍ୟ ଭାରତୀୟ ଟଙ୍କାରେ ଦେଖିବାକୁ ଗଲେ ଏହା ପ୍ରାୟ ୧ କୋଟି ୯୦ ଲକ୍ଷ ହେବ । ତେବେ ମନରେ ପ୍ରଶ୍ନ ଉଠେ ଏହି ନେଲପଲିସ୍ କାହିଁକି ଏତେ ମହଙ୍ଗା? ଏହି କଳା ରଙ୍ଗର ନେଲପଲିସ ବୋତଲ ଦେଖିବାକୁ ସାଧାରଣ  । ହେଲେ ଏହା ଭିତରେ ରହିଛି ହୀରାର ଏକ ଭଣ୍ଡାର  ।

ବ୍ଲାକ୍ ଡାଇମଣ୍ଡ କିଙ୍ଗ ଅଜାଚୁରଙ୍କ କହିବାନୁସାରେଏହି ନେଲପଲିସର ମହଙ୍ଗା ହେବାର ରହସ୍ୟ ହେଉଛି ଏଥିରେ ସେ  ୨୬୭ କ୍ୟାରେଟର କଳା ହୀରା ମିଶ୍ରଣ କରିଛନ୍ତି । ଏହା ସହିତ, ଏହି କଳା ନେଲପଲିସର ଗୋଟିଏ ବୋତଲରେ ୧୪.୭ ମିଲି ରିଟିଜୀ ଡିଜାଇନ୍ ଅଛି । ଯାହାର ମୂଲ୍ୟ କେବଳ ୧ କୋଟି ୫୯ ଲକ୍ଷ ୮୩ ହଜାର ୭୫୦ । ସେଥିପାଇଁ ଏହି ନେଲପଲିସର ମୂଲ୍ୟ କୋଟି କୋଟି ଟଙ୍କା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ୨୫ ଜଣ ଲୋକ ଏହି ନେଲପଲିସ୍ କିଣିବାକୁ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.