Latest Odisha News

BREAKING NEWS

ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଚାଉଳ: ଅଭିଯୋଗ କଲେ ମିଳୁଛି ଧମକ

ମୟୂରଭଞ୍ଜ: ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନ । ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଚାଉଳ । ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷ ବର୍ଷ ଧରି ଚାଉଳ ଉଠାଯାଉଛି । ଆଉ ଅଭିଯୋଗ କଲେ ମିଳୁଛି ଧମକ । ଏମିତି ଚାଉଳ ଲୁଟି ଚାଲିଛନ୍ତି କୁଳିଅଣା ବ୍ଲକ ଗାଙ୍ଗରାଜ ଯୋଗାଣ ନିରୀକ୍ଷିକା ପ୍ରୀତିସୁଧା ଦାସ । ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ଗାଙ୍ଗରାଜ ପଞ୍ଚାୟତବାସୀ । ବହୁ ଗ୍ରାମବାସୀ ଯୋଗାଣ ନିରୀକ୍ଷିକାଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଅଭିଯୋଗ କରିଛନ୍ତି ।

ଗ୍ରାମର ପ୍ରମିଳା ସିଂ ଅଭିଯୋଗ କରିଛନ୍ତି ଯେ, ଗୋଟେ ପରିବାରର ଯଦି ୩୦ କିଲୋ ଚାଉଳ ପାଇବାର ଅଛି, ତେବେ ଯୋଗାଣ ନିରୀକ୍ଷିକା ୫ କିଲୋ କାଟି ୨୫ କିଲୋ ଦେଉଛନ୍ତି । ଆଉ ଖାତା ପୁରା ଅପଡେଟ । ଏ ନେଇ ଆମେ ମୌଖିକ ଓ ଲିଖିତ ଅଭିଯୋଗ କଲେ ସୁଦ୍ଧା କେହି ଆମ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି । ବରଂ ଅଧିକାରୀମାନେ ସମସ୍ୟାର ସମାଧାନ ନ କରି ଧମକ ଦେଉଛନ୍ତି ।

ସେହିପରି ଗ୍ରାମର ଜ୍ଞାନ ରଞ୍ଜନ ସେଠୀ କହିଛନ୍ତି ଯେ, ୭ ମାସ ହେଲାଣି ତୁମୁଡ଼ା ଗ୍ରାମର ଗୌରହରି ସିଂଙ୍କ ମୃତ୍ୟୁ ହେଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ନାମରେ ଥିବା ରାସନ୍ କାର୍ଡ କଟା ନ ଯାଇ ଯୋଗାଣ ନିରୀକ୍ଷିକାଙ୍କ ଜାଣତରେ ଚାଉଳ ଉଠାଯାଉଛି । ସେହି ଗ୍ରାମର ଅଜମ୍ବର ସେଠୀଙ୍କ ମୃତ୍ୟୁ ହୋଇ ସାରିଛି । ହେଲେ ତାଙ୍କ ନାମରେ ପ୍ରତିମାସରେ ଚାଉଳ ଉଠୁଥିବାର ମୃତକଙ୍କ ସ୍ତ୍ରୀ ମାଳତୀ ସେଠୀ କହିଛନ୍ତି । ବର୍ଷାରାଣୀ ସେଠୀ ରାସନ କାର୍ଡରେ ପିଲାର ନାମ ସଂଯୋଗ କରିଥିଲେ ମଧ୍ୟ ବର୍ଷେ ହେବ ତାଙ୍କୁ ଚାଉଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ କୁଳିଅଣା ଯୋଗାଣ ନିରୀକ୍ଷିକା ଉତ୍କଳିକା ନାଏକଙ୍କୁ ପଚାରିବାରୁ, ମୋ ପଛରେ ଏକ ଷଡଯନ୍ତ୍ର ଚାଲିଛି । ମୋ ଉପରେ ଚାପ ପକାଯାଉଛି । ମୋ ପଛରେ ସରପଞ୍ଚ ଓ ବହୁ ଲୋକ ମାସକିଆ ବଟି ମାଗୁଥିବା କହିଛନ୍ତି । ହେଲେ ଗାଙ୍ଗରାଜ ସରପଞ୍ଚ ଦିଲ୍ଲୀପ କୁମାର ନଏକ ଏହାକୁ ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.