Latest Odisha News

ଦାମି ଗାଡ଼ିରେ ଆସିଲେ ଚୋର, ଚୋରି କରିନେଲେ ୧୫୦ ଟଙ୍କା ମୂଲ୍ୟର ଲୁଣ

ମଧ୍ୟପ୍ରଦେଶ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । ଏମିତି କି ଦୋକାନର ସଟର ଭାଙ୍ଗି ମଧ୍ୟ ଚୋରମାନେ ଲୁଟ୍‌ପାଟ୍ କରିଥାନ୍ତି । କିନ୍ତୁ ଏମିତି ଏକ ଚୋରି ବିଷୟରେ କହୁଛୁ,ଯାହା ଆପଣଙ୍କୁ ଟିକେ ଖଟକା ଲାଗିପାରେ । ଏକ ଚୋର ଦଳ ୧୫ ଲକ୍ଷ ଟଙ୍କା ମୂଲ୍ୟର ଦାମି କାରରେ ଆସି ମାତ୍ର ୧୫୦ ଟଙ୍କା ମୂଲ୍ୟର ଲୁଣ ଚୋରି କରି ନେଇଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମଧ୍ୟପ୍ରଦେଶର ଭେଦ୍ ଜିଲା ଲାହର ଥାନା ଅଞ୍ଚଳରେ ସକାଳୁ ସକାଳୁ ଏକ ଚୋର ଦଳ ୧୫ ଲକ୍ଷ ଟଙ୍କାର ଦାମୀ କାରରେ ଆସି ଗୋଟେ ଦୋକାନ ଆଗରେ ଅଟକୁଛନ୍ତି । ଗାଡ଼ିରୁ ଦୁଇ ଜଣ ଓହ୍ଲାଇ ଦୋକାନ ଆଗରେ ବସି ଗପସପ ହେଲେ । ଆଉ ଜଣେ କାରର ଆଗରେ ବସି ସେମାନଙ୍କ ସହ ଗପିଲେ । ଏହି ସମୟରେ ଆଉ ଜଣେ ଦୋକାନ ଆଗରେ ରଖାଯାଇଥିବା ୩ ବସ୍ତା ଲୁଣ ପ୍ୟାକେଟ ନେଇ କାରପଛ ଡ଼ିକିରେ ରଖିଲେ । ପରେ ସମସ୍ତେ ଗାଡ଼ିରେ ବସି ଫେରାର ହୋଇଗଲେ । ତେବେ ଚୋରମାନେ ଜାଣି ନଥିଲେ ଯେ, ଏଠାରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ଦୋକାନ ମାଲିକ ଆସି ଦୋକାନ ଖୋଲିବା ବେଳକୁ ଦୋକାନ ବାହାରେ ରଖାଯାଇଥିବା ଲୁଣ ପ୍ୟାକେଟ୍ ନ ଥିବା ଜାଣିବାକୁ ପାଇଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ସିସିଟିଭି ଫୁଟେଜ ଦେଖିଥିଲେ । ଚୋରମାନେ ଏକ ଦାମୀ କାରରେ ଆସି ଲୁଣ ଚୋରିକରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଏହି ଫୁଟେଜକୁ ସୋସିଆଲ ମିଡିଆରେ ସେୟାର କରିଦେଲେ, ଯାହା ଏବେ ଖୁବ୍ ଭାଇରାଲ ହେଉଛି ।

Leave A Reply

Your email address will not be published.