ଭୁବନେଶ୍ବର: ଆଜି ପୁଣି ବଢିଛି ସୁନା ଦର । ଜୁଲାଇ ୩୦ ଅର୍ଥାତ୍ ବୁଧବାର ପୁଣି ଲକ୍ଷେ ଟପିଲା ସୁନା ।
ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୪୮୦ ଟଙ୍କା ରହିଛି ଓ ଗତକାଲି ୯୯,୮୨୦ ଟଙ୍କା ଥିଲା । ଆଜି ୬୬୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୧୦୦ ଟଙ୍କା ଓ ଗତକାଲି ୯୧,୫୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ପାଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୩୬୦ ଟଙ୍କା ରହିଛି । ଗତକାଲି ୭୪,୮୭୦ ଟଙ୍କା ଥିଲା ।
ରୂପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୭୦୦ ଟଙ୍କା ରହିଛି । ଗତକାଲି ୧୨,୬୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
ସୂଚନାଥାଉକି, ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୬୩୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ୧୦ ଗ୍ରାମ ପିଛା ୯୨,୨୫୦ଟଙ୍କା ରହିଛି ।
Comments are closed.