Latest Odisha News

BREAKING NEWS

ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ

ନୂଆଦିଲ୍ଲୀ: ସଫଳ ହେଲା ପରୀକ୍ଷଣ | ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ | ରେଆସିର ଚେନାବ ନଦୀ ଉପରେ ଯାଇଥିବା ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ବୈଦ୍ୟୁତିକ ରେଳ ଛଡାଯାଇଥିଲା। ଯାହା ସଫଳତାର ସହ ଜମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଗଡିଛି | ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି।
ରବିବାର ଉତ୍ତର ରେଳବାଇ ସଫଳତାର ସହ ରାମବାନ୍ ଜିଲ୍ଲାର ସାଙ୍ଗଲଦାନ ମଧ୍ୟରେ ରେଆସି ପର୍ଯ୍ୟନ୍ତ ଏକ ବୈଦ୍ୟୁତିକ ରେଳ ଇଞ୍ଜିନର ପରୀକ୍ଷଣ କରିଥିଲା ​​ଯାହାକି ରେଆସିର ଚେନାବ ନଦୀ ଉପରେ ଯାଇଥିବା ବିଶ୍ୱର ଉଚ୍ଚତମ ଆର୍କ ରେଳ ବ୍ରିଜକୁ ମଧ୍ୟ ସଫଳତାର ସହିତ ଅତିକ୍ରମ କରିଛି |

ରବିବାର ଏହି ବ୍ରିଜ ଉପରେ ପ୍ରଥମ ପରୀକ୍ଷାମୂଳକ ରେଳ ଚଳାଚଳ ସଫଳତାର ସହ ଗଡିଛି | କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବାକି ଥିବା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ |

ଏହାକୁ ନେଇ ରେଲଓ୍ୱର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ବ୍ରିଜ୍‌ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ସଂଯୋଗ କରୁଛି। ଏହି ବ୍ରିଜ୍‌ ଉପରେ ଟ୍ରେନ୍‌ ସେବା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହି ପ୍ରଥମ ସଫଳ ପରୀକ୍ଷଣ ପାଇଁ ଆମେ ବେଶ୍ ଖୁସି ଅନୁଭବ କରୁଛୁ । ଇଂଜିନୟର ଓ ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମରେ ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍‌ର କାମ ସମ୍ପୂର୍ଣ୍ଣ ହୋଇଛି | ଯାହାର ଉଧମପୁର ଶ୍ରୀନଗର ବାରାମୁଲା ରେଲ ଲିଙ୍କ୍ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଯୋଗ ହୋଇଯାଇଥିବା ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ୨୦ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ବ୍ରିଜ ଆଇଫିଲ ଟାୱାର ଠାରୁ ବି ଉଚ୍ଚ | ୩୫୯ ମିଟର ତଥା ୧,୧୭୮ ଫୁଟ ଉଚ୍ଚ ବିଶିଷ୍ଟ | ଚେନାବ ରେଲ ବ୍ରିଜ୍ ନିର୍ମାଣରେ ମୋଟ ୩୦,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହୃତ ହୋଇଛି। ୧୪୮୬ କୋଟି ଟଙ୍କା ମୂଲ୍ୟରେ ଏହି ପୋଲକୁ ନିର୍ମାଣ କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ। ଟ୍ରେନ୍ ୭ଟି ଷ୍ଟେସନ ଦେଇ ବାରାମୁଲାରେ ପହଞ୍ଚିବ। ଉପତ୍ୟକାର ଲୋକଙ୍କୁ ସହଜ ଯାତାୟତ ସୁବିଧା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି।

Leave A Reply

Your email address will not be published.