Latest Odisha News

BREAKING NEWS

ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ ଫେରାଇ ଦେଲେ ଅଟୋ ଡ୍ରାଇଭର, ପୋଲିସ କଲେ ସମ୍ମାନିତ 

ଚେନ୍ନାଇ:ଚେନ୍ନାଇର ଜଣେ ଅଟୋ ଡ୍ରାଇଭର ସଚ୍ଚୋଟତର ପରିଚୟ ଦେଇଛନ୍ତି । ଅଟୋ ଡ୍ରାଇଭର ଶ୍ରବଣ କୁମାର ଜଣେ ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ଫେରାଇ ଦେଇଛନ୍ତି । ଶ୍ରବଣଙ୍କ ସଚ୍ଚୋଟତା ପାଇଁ ଚେନ୍ନାଇ ପୋଲିସ ତାଙ୍କୁ ସମ୍ମାନିତ କରିଛି ।

ପାଲ ବ୍ରାଇଟ୍ ନାମକ ଜଣେ ବ୍ୟକ୍ତି ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହରେ ସାମିଲ ହେବାକୁ ଆସିଥିଲେ। ବିବାହ ସମାରୋହ ପରେ ସେ ଅଟୋରେ ଫେରୁଥିଲେ । ତାଙ୍କ ପାଖରେ ଅନେକ ବ୍ୟାଗ୍ ଥିଲା । ଗୋଟିଏ ବ୍ୟାଗରେ ଗହଣା ଥିଲା । ଅଟୋରେ ଗଲାବେଳେ ସେ ଫୋନରେ କଥା ହେଉଥିଲେ । କଥା ବାଉଳାରେ ସେ ଅଟୋରୁ ଓହ୍ଲାଇବା ସମୟରେ ଗହଣା ବ୍ୟାଗ୍ ଛାଡି ଦେଇଥିଲେ । ଶ୍ରବଣ ପରେ ପରେ ଦେଖିଲେ ଅଟୋ ପଛପଟ ସିଟରେ ବ୍ୟାଗ୍ ରହିଯାଇଛି। ତେବେ ସେ ବ୍ୟାଗ୍ ମାଲିକଙ୍କୁ କେମିତି ଫେରାଇବ କିଛି ବୁଝି ପାରିଲେନି ।

ଠିକ୍ ଏତିକିବେଳେ ପାଲ ନିଜେ ଜାଣିପାରିଲେ ଯେ ତାଙ୍କ ଗହଣା ବ୍ୟାଗ୍ ହଜିଯାଇଛି । ସେ ଯାଇ ଥାନାରେ ଅଭିଯୋଗ କଲେ । ପୋଲିସ ସେ ଆସିଥିବା ସବୁ ରୁଟର ଫୁଟେଜ୍ ଚେକ୍ କରି ଅଟୋ ସମ୍ପର୍କରେ ପତା କରିବାରେ ସଫଳ ହୋଇଥିଲା । କିନ୍ତୁ ପୋଲିସ ଶ୍ରବଣ କୁମାର ପାଖକୁ ଯିବା ପୂର୍ବରୁ ସେ ନିଜେ ଗହଣା ବ୍ୟାଗ୍ ଧରି ଥାନାରେ ପହଞ୍ଚି ଯାଇଥିଲେ ।

ପୋଲିସ ଶ୍ରବଣ କୁମାରଙ୍କ ସଚ୍ଚୋଟତା ଦେଖି ତାଙ୍କୁ ଏକ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲା ଓ ତାଙ୍କର ପ୍ରଶଂସା କରିଥିଲା । ଘଟଣା  ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଲୋକେ ଶ୍ରବଣ କୁମାରଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । 

Leave A Reply

Your email address will not be published.