Latest Odisha News

BREAKING NEWS

ମେସିଙ୍କ ସହ ୫୫୫ ମିଲିୟନ ୟୁରୋ ଚୁକ୍ତି କରିଛି ବାର୍ସିଲୋନା !

ବାର୍ସିଲୋନା : ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ସହ ବାର୍ସିଲୋନା ୫୫୫ ମିଲିୟନ ୟୁରୋର ଚୁକ୍ତି କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । କ୍ଲବ କିମ୍ବା ମେସିଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ । ସ୍ପେନିଶ ନ୍ୟୁଜପେପର ଇଲ ମୁଣ୍ଡୋ ପକ୍ଷରୁ ଏହି ଖବର ପ୍ରଥମେ ପ୍ରକାଶ ପାଇଥିଲା । ୩୩ ବର୍ଷୀୟ ମେସି ବାର୍ସିଲୋନା ଫୁଟବଲ କ୍ଲବ ସହ ଆଗାମୀ ୪ ସିଜନ ପାଇଁ ଏହି ଚୁକ୍ତି କରିଛନ୍ତି । ଏହାର ପ୍ରମାଣ ଏବଂ କାଗଜପତ୍ର ଆମ ନିକଟରେ ଅଛି ବୋଲି ଉକ୍ତ ପେପର ଉଲ୍ଲେଖ କରିଛି ।

କୌଣସି ଖେଳାଳି ସହ ଏହା ସବୁଠାରୁ ମହଙ୍ଗା ଚୁକ୍ତି । ମେସି କ୍ଲବ ସହିତ ଯୋଗ ଦେବା ପରଠାରୁ ବାର୍ସିଲୋନା ୩୦ରୁ ଅଧିକ ଟାଇଟଲ ଜିତିଛି । ସେଥିପାଇଁ କ୍ଲବ ତାଙ୍କୁ କୌଣସି ମତେ ଛାଡିବାକୁ ଚାହୁଁ ନାହିଁ ।

Leave A Reply

Your email address will not be published.