ଚେନ୍ନାଇ: ଚେନ୍ନାଇ ସ୍ଥିତ କମ୍ପାନୀ ସର୍ମାଉଣ୍ଟ ଲଜିଷ୍ଟିକ୍ ସଲ୍ୟୁସନ୍ ଏହାର କର୍ମଚାରୀମାନଙ୍କୁ କାର୍, ମୋଟରସାଇକେଲ୍ ଏବଂ ସ୍କୁଟି ଉପହାର ଦେଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା।
ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଉପହାର ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ ଦିଆଯାଇଛି। କର୍ମଚାରୀମାନଙ୍କୁ ଉପହାର ଦିଆଯାଇଥିବା ଗାଡି ମଧ୍ଯରେ ରହିଛି- ଟାଟାର ଟିଆଗୋ କାର୍, ହୋଣ୍ଡାର ଆକ୍ଟିଭା ସ୍କୁଟର ଏବଂ ରୟାଲ୍ ଏନ୍ଫିଲ୍ଡର ବୁଲେଟ୍ ୩୫୦ ବାଇକ୍ ଅନ୍ତର୍ଭୁକ୍ତ।
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡେନଜିଲ ରିଆନ ଏହି ଅବସରରେ କହିଛନ୍ତି ଯେ କର୍ମଚାରୀମାନଙ୍କୁ ଉତ୍ସାହିତ କରି ରଖିବା ‘କର୍ମଚାରୀ କଲ୍ୟାଣ’ କାର୍ଯ୍ୟକ୍ରମର ଏକ ଅଂଶ। ଏହା କେବଳ ସେମାନଙ୍କୁ ଖୁସି କରାଏ ନାହିଁ ବରଂ ଉତ୍ପାଦକତା, କନେକ୍ଟିଭିଟି ଏବଂ ଷ୍ଟେବିଲିଟିକୁ ମଧ୍ୟ ଉନ୍ନତ କରିଥାଏ। ଆହୁରି ମଧ୍ଯ ଏହା କେବଳ କର୍ମଚାରୀଙ୍କ ଉତ୍ପାଦନ ବୃଦ୍ଧି କରେ ନାହିଁ ବରଂ ସେମାନଙ୍କ ଏବଂ କମ୍ପାନୀ ମଧ୍ୟରେ ସମ୍ପର୍କକୁ ମଧ୍ୟ ମଜବୁତ କରେ।
ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଦାମୀ ଗିଫ୍ଚ ପ୍ରଦାନ କରିଛନ୍ତି।
Comments are closed.