ଚେନ୍ନାଇ: ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପକୁ ନେଇ ଆସିଲା ବଡ ଅପଡେଟ୍ । ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଆଜି (ଶୁକ୍ରବାର ଦିନ) ସୂଚନା ଦେଇଛନ୍ତି ।
ଟାଇଟଲ ଲଢେଇରେ ପ୍ରଥମ ଥର ପାଇଁ ୨୪ଟି ଦଳ ଭାଗ ନେବେ। ଭାରତରେ ତୃତୀୟ ଥର ପାଇଁ ଏହି ଟୁର୍ନାମେଣ୍ଟ ଅୟୋଜନ ହେବ। ପୂର୍ବରୁ ୨୦୧୬ ଓ ୨୦୨୧ରେ ଭୁବନେଶ୍ୱର ଓ ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା। ଏଥିସହ ଭୁବନେଶ୍ୱରରେ ଭାରତ ଚାମ୍ପିୟନ ମଧ୍ୟ ହୋଇଥିଲା। ସେହିପରି ୨୦୨୧ରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା।
୨୦୨୩ରେ ଗତ ସଂସ୍କରଣରେ କୁଆଲାଲମ୍ପୁରରେ ଖେଳାଯାଇଥିଲା। ଏଥିରେ ଭାରତ ସେମିଫାଇନାଲ ଚତୁର୍ଥ ସ୍ଥାନରେ ରହିଥିଲା।
Comments are closed.