Latest Odisha News

BREAKING NEWS

ଶୀର୍ଷ ସ୍ଥାନରେ ଥିବା ଟିମକୁ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶୀର୍ଷ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସକୁ ପଂଏଟ ଟେବୁଲର ଶେଷ ସ୍ଥାନ ହାସଲ କରିଥିବା ଚେନ୍ନାଇ ସୁପର କିଙ୍ଗସ ୮୩ ରନରେ ପରାସ୍ତ କରିଛି । ବିଜୟ ସହ ଚେନ୍ନାଇ ତାର ଅଭିଯାନ ଶେଷ କରିଛି । ଗୁଜରାଟ ୧୪ ମ୍ୟାଚରେ ୧୮ ପଂଏଟ ହାସଲ କରି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ ୨୩୦ ରନ କରିଥିଲା । ଡେଭନ କନୱେ ୫୨ ଓ ଡେୱାଲ୍ଡ ବ୍ରେଭିସ ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱିକେଟ ନେଇଥିଲେ ।

ଜବାବରେ ଗୁଜରାଟ ଟିମ ୧୮.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇ ଯାଇଥିଲେ । ସାଈ ସୁଦର୍ଶନ ସର୍ବାଧିକ ୪୧ ରନ କରିଥିଲେ । ଅଂଶୁଲ କମ୍ବୋଜ ଓ ନୂର ଅହମ୍ମଦ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ବ୍ରେଭିସଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଟେଷ୍ଟ ଟିମର ଅଧିନାୟକ ହେବା ପରେ ଶୁଭମନ ଗିଲ କିନ୍ତୁ କିଛି କମାଲ କରିପାରି ନ ଥିଲେ । ସେ ୧୩ ରନ କରି ଆଉଟ ହୋଇଥିଲେ ।

Comments are closed.