ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଡେୱାଲ୍ଡ ବ୍ରେଭିସଙ୍କୁ ନେବା ପାଇଁ ଅତିରିକ୍ତ ଅର୍ଥ ଦେଇଥିଲା ବୋଲି ଭାରତର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ କହିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ଆକାଶ ଚୋପ୍ରା ଏହି ଭଳି ହୋଇପାରିଥାଏ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ । ଚେନ୍ନାଇ ୨୦୨୫ ଆଇପିଏଲରେ ପେସ ବୋଲର ଗୁରଜପନୀତ ସିଂଙ୍କ ବଦଳ ଖେଳାଳି ଭାବେ ଡେୱାଲ୍ଡଙ୍କୁ ସାମିଲ କରିଥିଲା । ଏଥିପାଇଁ ଚେନ୍ନାଇ ୨.୨ କୋଟି ଦେଇଥିଲା । ମାତ୍ର ଅଶ୍ୱୀନଙ୍କ କହିବା ଅନୁସାରେ ବ୍ରେଭିସ ତାଙ୍କ ଏଜେଂଟ ମାଧ୍ୟମରେ ଅଧିକ ଅର୍ଥ ଦାବୀ କରିଥିଲେ । ଯାହାକି ଚେନ୍ନାଇ ଦେଇଥିଲା । ତେବେ ଏହି ଅଭିଯୋଗକୁ ଚେନ୍ନାଇ ଖଣ୍ଡନ କରିଛି ।
ଚେନ୍ନାଇ ପକ୍ଷରୁ କୁହାଯାଇଛି ଆଇପିଏଲ ନିୟମ ଅନୁସାରେ ସବୁ କିଛି କରାଯାଇଛି । ଗୁରୁଜନପନ୍ତଙ୍କ ବଦଳ ଖେଳାଳି ଭାବେ ଆମେ ତାଙ୍କୁ ଦଳରେ ନେଇଛୁ । ଆଇପିଏଲ ନିୟମ ଅନୁସାରେ ବଦଳ ଖେଳାଳିଙ୍କ ଅନୁବନ୍ଧ ରାଶି ପୂର୍ବ ଖେଳାଳିଙ୍କଠାରୁ ଅଧିକ ହେବ ନାହିଁ । ଅଶ୍ୱୀନ ୨୦୨୫ରେ ଚେନ୍ନାଇ ଟିମ ପକ୍ଷରୁ ଖେଳିଥିଲେ । ଏବେ ସେ ଦଳ ଛାଡିବା ଏକପ୍ରକାର ନିଶ୍ଚିତ ହୋଇଛି ।
Comments are closed.