ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ କିଛି ପ୍ରମାଣ କରିବାକୁ ପଡିବ । ଅଧିନାୟକ ଦାୟିତ୍ୱ ତୁଲାଇବା ସହ ବ୍ୟକ୍ତିଗତ ଭଲ ପ୍ରଦର୍ଶନ ନେଇ ପନ୍ତଙ୍କ ଉପରେ ଚାପ ରହିବ । ଏହି ମ୍ୟାଚରେ ଦିଲ୍ଲୀର ୩ ପ୍ରମୁଖ ପେସର କାଗିସୋ ରାବାଡା,ଏନରିକ୍ ନୋର୍ଟେଜ କ୍ୱାରେଂଟାଇନରେ ରହିଥିବା ବେଳେ ମୂଖ୍ୟ ସ୍ପିନର ଅକ୍ଷର ପଟେଲ କରୋନା ସଂକ୍ରମିତ ଅଛନ୍ତି ।
ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଚେନ୍ନାଇକୁ ତାର ରଣନୀତିରେ ପରିବର୍ତନ କରିବାକୁ ପଡିବ । ଅପପରକ୍ଷରେ ପନ୍ତ ଟିମର ଆକ୍ରାତ୍ମକ ବ୍ୟାଟିଂ ଶୈଳୀକୁ ଏହି ପିଚ୍ ସମ୍ପୂର୍ଣ୍ଣ ଭାବେ ସୁହାଇବ । ଉଭୟ ଟିମ୍ ମଧ୍ୟରେ ୨୩ ମ୍ୟାଚ ଖେଳାଯାଇଛି । ଚେନ୍ନାଇ ୧୫ ଓ ଦିଲ୍ଲୀ ୮ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।