Latest Odisha News

BREAKING NEWS

IPL ମହାସମର: ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ

ଦୁବାଇ: ସନ୍ ରାଇଜର୍ସ ହାଇଦ୍ରାବାଦାଠାରୁ ପ୍ରଥମ ମ୍ୟାଚ୍ ପରଜାୟର ବଦଲା ନେଲା ଚେନ୍ନାଇ ସୁପରକିଙ୍ଗ । ଆଇପିଏଲରେ ଖେଳାଯାଇଥବା ୨୯ତମ ମୁକାବିଲାରେ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ । ୧୬୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଟିମ୍ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ ହରାଇ ୧୪୭ରନ୍ କରି ପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଡେଭିଡ୍ ଓ୍ୱାର୍ଣ୍ଣର (୯ ରନ୍) ଓ ମନୀଷ ପାଣ୍ଡ (୪ରନ୍) ଦଳୀୟ ସ୍କୋର ମାତ୍ର ୨୭ ରନ୍ ବେଳେ ପାଭିଲନ୍ ଫେରିଥିଲେ । ଜନ୍ ବେଷ୍ଟ୍ରୋ (୨୩ରନ୍), ପ୍ରିୟମ୍ ଗର୍ଗ (୧୬ ରନ୍) ଓ କେନ୍ ଓ୍ୱିଲିୟମସନ୍ ୫୭ ରନ୍ ପିଟିଥିଲେ ବି ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା ।

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ଓ୍ୱିକେଟ ହରାଇ ୧୬୭ ରନ୍ କରିଥିଲା । ତୃତୀୟ ଓ୍ୱିକେଟ ଭାଗିଦାରୀରେ ସେନ୍ ଓ୍ୱାଟସନ୍ (୪୨ ରନ୍)ଓ ଅମ୍ବାତି ରାୟଡୁ (୪୧ ରନ୍) କରିଥିଲେ । ରବୀନ୍ଦ୍ର ଜାଡେଜା ୧୦ ବଲରେ ୨୫ ରନ୍ ହାସଲ କରିଥିଲେ ।

ଟୁର୍ଣ୍ଣାମେଣ୍ଟରେ ରହିବାକୁ ହେଲେ ଚେନ୍ନାଇ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱ ରଖୁଥିଲା । ବିଜୟ ଜରୁରୀ ଥିଲା । ଚଳିତ ସିଜିନରେ ୮ଟି ମ୍ୟାଚୁ ତୃତୀୟ ବିଜୟ ହାସଲ କରିଛି ଦଳ । ସେପଟେ ହାଇଦ୍ରାବାଦ ବି ସମାନ ୮ଟି ମ୍ୟାଚ ଖେଳିଥିବା ବେଳେ ପଞ୍ଚମ ପରାଜୟ ବରଣ କରିଛି । ଚେନ୍ନାଇ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦର ସ୍ଥାନ ପଞ୍ଚମ ।

Leave A Reply

Your email address will not be published.