Latest Odisha News

BREAKING NEWS

[ଭାଇରାଲ୍ ଭିଡିଓ] ମାଟି କାମୁଡିଲେ ବାବା ରାମଦେବ !

ଉତ୍ତରପ୍ରଦେଶ: ଉପରୋକ୍ତ ହେଡ୍ ଲାଇନ୍ସଟି ପଢିଲେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏହି ଘଟଣାଟି ସତରେ ଘଟିଛି । ବେଶି ପୁରୁଣା ନୁହେଁ ବରଂ ଆଜି ହିଁ ଯୋଗ କରୁଥିବା ଅବସ୍ଥାରେ ଗଳିପଡିଥିଲେ ଯୋଗ ଗୁରୁ ବାବା ରାମଦେବ । ତେବେ ଜଣେ ମହାନ ଯୋଗ ଗୁରୁର ଆଖ୍ୟା ଅର୍ଜନ କରିଥିବା ବାବା ରାମଦେବ ଗଳିପଡିଲେ ବା କେମିତି ?

ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଛି । ସବୁଦିନ ଭଳି ଯୋଗ କରୁଥିଲେ ବାବା ରାମଦେବ । ହେଲେ ସମତଳ ଭୂମିରେ ନୁହେଁ ବରଂ ଐରାବତ ବା ହାତୀ ଉପରେ । ହେଲେ ମାତ୍ର କିଛି ସେକେଣ୍ଡର ବ୍ୟବଧାନରେ ବାବା ରାମଦେବ ହାତୀ ଉପରେ ଭାରସାମ୍ୟ ରକ୍ଷା କରିନପାରି ଗଳିପଡିଥିଲେ ।

ସୋମବାର ମଥୁରାର ଗୁରୁ ଶରଣଂ ରାମନାର୍ତ୍ତୀରେ ସାଧୁମାନଙ୍କୁ ଯୋଗ ଶିଖାଉଥିଲାବେଳେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ମାତ୍ର ୨୨ ସେକେଣ୍ଡର ଏହି ଭିଡିଓରେ ବାବା ରାମଦେବ ଯୋଗ କରୁଥିଲାବେଳେ ହାତୀଟି ସାମାନ୍ୟ ନିଜ ସ୍ଥାନରେ ଘୁଂଚିଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ବାବାଙ୍କୁ ହାତୀ ଉପରୁ ପଡିବାର ଏହି ଦୃଶ୍ୟ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.