Latest Odisha News

BREAKING NEWS

IPL ଇତିହାସରେ ପ୍ରଥମ ଥର ପ୍ଲେ ଅଫରୁ ବିଦା ହେଲା ଚେନ୍ନାଇ ସୁପରକିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ୍ ୧୩ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ । ଲଗାତାର ମ୍ୟାଚ୍ ହାରିବା କାରଣରୁ ପ୍ଲେ ଅଫ ରେସରୁ ବିଦା ହୋଇଛି ଧୋନିଙ୍କ ଟିମ୍ । ଗତକାଲି ଖେଳାଯାଇଥିବା ମ୍ୟାଚରେ ମୁମ୍ୱାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ୱିକେଟ ବିଜୟ ପରେ ଚେନ୍ନାଇର ପ୍ଲେ ଅଫ୍ ରାସ୍ତା ବନ୍ଦ ହୋଇଛି ।

ଆଇପିଏଲ୍ ଇତିହାସରେ ପ୍ରଥର ଥର ପ୍ଲେ ଅଫରେ ପହଞ୍ଚି ପାରିଲା ନାହିଁ ଚେନ୍ନାଇ ସୁପରକିଙ୍ଗସ୍ । ଚଳିତ ଆଇପିଏଲରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୧୨ଟି ମ୍ୟାଚ ଖେଳି ମାତ୍ର ୪ଟିରେ ବିଜୟ ହାସଲ କରିଛି । ତିନି ଥର ଆଇପିଏଲ୍ ଚାମ୍ପିଅନ୍ ଓ ୫ଥର ରନର୍ସ ଅପ୍ ଚେନ୍ନାଇ ଫ୍ୟାନଙ୍କ ପାଇଁ ନିରାଶାଜନକ ଖବର ।

୨୦୦୮ରୁ ଆଇପିଏଲ ଆରମ୍ଭ ହେବାଠାରୁ ଚେନ୍ନାଇ ପ୍ରତିଥର ପ୍ଲେଅଫ୍ କିମ୍ୱା ନକ୍ ଆଉଟ୍ ପର୍ୟ୍ୟାରେ ପହଞ୍ଚିଥାଏ । ଆଇପିଏଲ୍ ସ୍ପଟ୍ ଫିକ୍ସିଂ ଓ ବେଟିଂ ଅଭିଯୋଗରେ ଦୁଇଟି ସିଜିନରେ ଦଳ ବାସନ୍ଦ କରାଯାଇଥିଲା । ୨୦୧୮ରେ ପ୍ରତ୍ୟାବର୍ତ୍ତନ ପରେ ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ । ୨୦୧୯ରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।
ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ

୨୦୦୮- ଆଇପିଏଲ୍ ରନର୍ସ ଅଫ୍ (ରାଜସ୍ଥାନ ଚାମ୍ପିଅନ୍)
୨୦୦୯- ପ୍ଲେ ଅଫକୁ ଉନ୍ନୀତ, ତୃତୀୟ ସ୍ଥାନରେ ରହିଥିଲା
୨୦୧୦- ଆଇପିଏଲ୍ ଚାମ୍ପିଅନ୍
୨୦୧୧- ଆଇପିଏଲ୍ ଚାମ୍ପିଅନ୍
୨୦୧୨- ଆଇପିଏଲ୍ ରନର୍ସ ଅପ୍ (କୋଲକାତା ନାଇଡ ରାଇଡର୍ସ ଚାମ୍ପିଅନ୍)
୨୦୧୩- ଆଇପିଏଲ୍ ରନର୍ସ ଅଫ (ମୁମ୍ୱାଇ ଇଣ୍ଡିଆମ୍ସ ଚାମ୍ପିଅନ୍)
୨୦୧୪- ପ୍ଲେ ଅଫକୁ ଉନ୍ନୀତ, ତୃତୀୟ ସ୍ଥାନରେ ରହିଥିଲା
୨୦୧୫- ଆଇପିଏଲ୍ ରନର୍ସ ଅପ୍ (ମୁମ୍ୱାଇ ଇଣ୍ଡିଆନ୍ସ)
୨୦୧୬- ଖେଳି ନଥିଲା
୨୦୧୭- ଖେଳି ନଥିଲା
୨୦୧୮- ଆଇପିଏଲ୍ ଚାମ୍ପିଅନ୍
୨୦୧୯- ଆଇପିଏଲ୍ ରନର୍ସ ଅପ୍ (ମୁମ୍ୱାଇ ଇଣ୍ଡିଆନ୍ସ ଚାମ୍ପିଅନ୍)

Leave A Reply

Your email address will not be published.