Latest Odisha News

ଦେଶରୁ ଦିନକରେ ୪୯ ହଜାର କରୋନା ପଜିଟିଭ୍, ୫୦୦ରୁ କମ୍ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଖସୁଥିବା ବେଳେ ସୁସ୍ଥହାର ବଢୁଛି । କମୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୪୯ ହଜାର ୪୫ ହଜାର ୧୪୯ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ କୁ ବୃଦ୍ଧି ପାଇଛି ।

ଆଶ୍ୱସ୍ତିକର ଖବର ହେଉଛି ଏଣିକି ଦେଶରେ ମୃତ୍ୟୁସଂଖ୍ୟା କ୍ରମାଗତ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୮୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୧ ଲକ୍ଷ ୧୯ ହଜାର ୧୪ରେ ପହଞ୍ଚିଛି ଦେଶରେ କରୋନା ମୃତ୍ୟୁସଂଖ୍ୟା । ମୃତ୍ୟୁହାର ରହିଛି ୧.୫୦% ।

ଏବେ ପ୍ରତିଦିନ କୋରନାରୁ ଆରୋଗ୍ୟ ଲାଭ କରୁଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୯ ହଜାର ୧୦୫ ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୯କୁ ବଢ଼ିଛି । ଦେଶରେ ମୋଟ୍ ୯୦ ପ୍ରତଶତ ଆରୋଗ୍ୟ ଲାଭ କଲେଣି ।

ଦେଶରେ ୭ ଲକ୍ଷ ତଳକୁ ଖସୁଛି ଆକ୍ଟିଭ୍ କେସ୍ । ଏବେ ଚିକିତ୍ସାଧୀନ ଅଛନ୍ତି ୬ ଲକ୍ଷ ୫୩ ହଜାର ୭୧୭ କରୋନା ଆକ୍ରାନ୍ତ । ୮ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୯ ଲକ୍ଷ ୩୯ ହଜାର ୩୦୯ କୋଭିଡ ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ କୋଟି ୩୪ ଲକ୍ଷ ୬୨ ହଜାର ନମୁନା ପରୀକ୍ଷା ହେଲାଣି ।

Leave A Reply

Your email address will not be published.